www.samajalive.in
Tuesday, December 9, 2025
17.1 C
Bhubaneswar

ଜୁଲାଇ ୧ରୁ ଆରମ୍ଭ ହେବ ଚାରଧାମ ଯାତ୍ରା

ଡେରାଡୁନ: ଚାରଧାମ ଯାତ୍ରା ଆଗାମୀ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଉତ୍ତରାଖଣ୍ଡ ସରକାର ହିମାଳୟ ପର୍ବତମାଳାରେ ଥିବା ପ୍ରସିଦ୍ଧ ଚାରିଟି ତୀର୍ଥସ୍ଥଳ ପାଇଁ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସ୍ଥାନୀୟ ଅଧିବାସୀଙ୍କୁ ଜୁଲାଇ ୧ରୁ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ଜୁଲାଇ ୧୧ରୁ ଏଥିପାଇଁ ଅନୁମତି ମିଳିବ। ସୂଚନାଯୋଗ୍ୟ ଯେ ଏହି ଯାତ୍ରା ମଇ ୧୪ରେ ଆରମ୍ଭ ହେବାକୁ ଥିଲା। କିନ୍ତୁ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବାପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଚାମୋଲି ଜିଲାର ଅଧିବାସୀ ବଦ୍ରିନାଥ ଦର୍ଶନରେ ଯାଇପାରିବେ। ସେହିଭଳି ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲାର ଅଧିବାସୀ କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀକୁ ଜୁଲାଇ ୧ ତାରିଖରୁ ଯାତ୍ରା କରିପାରିବେ। ରାଜ୍ୟର ଅବଶିଷ୍ଟ ଅଞ୍ଚଳର ଜନସାଧାରଣ ଜୁଲାଇ ୧୧ରୁ ତୀର୍ଥଯାତ୍ରା ଆରମ୍ଭ କରିପାରିବେ। ତେବେ ଯାତ୍ରା ପୂର୍ବରୁ ନେଗେଟିଭ ଆରଟିପିସିଆର ଅଥବା ରାପିଡ ଆଣ୍ଟିଜେନ ପରୀକ୍ଷା ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ବାହାରୁ ଉତ୍ତରାଖଣ୍ଡକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ନେଗେଟିଭ ଆରଟିପିସିଆର ଅଥବା ଆଣ୍ଟିଜେନ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଇତିମଧ୍ୟରେ ଉତ୍ତରାଖଣ୍ଡ ସରକାର କର୍ଫ୍ୟୁ କଟକଣାରେ କୋହଳ କରିଛନ୍ତି। ଏହାର ଅବଧି ଜୁନ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲେ ମଧ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାର ଆଦି କ୍ଷମତାର ୫୦%ରେ ଖୋଲିବାକୁ ଅନୁମତି ଦିଆଯାଇଛି। ଏଗୁଡିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ ସେହିଭଳି ତେଜରାତି ସାମଗ୍ରୀ ଦୋକାନଗୁଡିକ ସପ୍ତାହରେ ପାଞ୍ଚିଦନ ଖୋଲିବ ଏବଂ ଶନିବାର, ରବିବାର ବନ୍ଦ ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories