www.samajalive.in
Sunday, December 7, 2025
23.1 C
Bhubaneswar

ଅନ୍ତରବା ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇ କର୍ମଚାରୀଙ୍କୁ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମୋହନା: ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ ହେଉଛି ମୋହନା । ଏହି ବ୍ଲକର ୩୯ଟି ପଂଚାୟତରେ ବସବାସ କରନ୍ତି ପ୍ରାୟ ୮୦ ପ୍ରତିଶତ ଆଦିବାସୀ । ଏମାନଙ୍କ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ ଯୋଜନା କରିଛନ୍ତି ଯେପରିକି ରାସ୍ତାଘାଟ, ପାନୀୟ ଜଳ, ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟକର୍ମୀ ଓ ଏଏନଏମ କାମ ହେଲା ସେମାନେ ଘର ଘର ବୁଲି ରୋଗୀ ସେବା କରିବା। ହେଲେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରୁ ବଞ୍ଚିତ ଅଛନ୍ତି ଅନ୍ତରବା ପଂଚାୟତବାସୀ । ଏଠାରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୦ ବର୍ଷ ହେଲା ସ୍ୱାସ୍ଥ୍ୟକର୍ମୀ ଦୁଷ୍ମନ୍ତ ଦାଶ ଓ ଏଏନଏମ ରଶ୍ମିତା ନାୟକ ରହି ଆସୁଛନ୍ତି । ସେମାନେ ପଞ୍ଚାୟତର ଗ୍ରାମଗୁଡିକୁ ନଯାଇ ଘର ଘର ନ ବୁଲି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ନେଉଛନ୍ତି ବିପୁଳ ଟଙ୍କା। ସରକାରଙ୍କ ମାଗଣା ନିରାମୟ ଔଷଧକୁ ବିକ୍ରୀ କରୁଛନ୍ତି ରୋଗୀଙ୍କୁ । ମହାମାରୀ କରୋନା ସମୟରେ ରୋଗୀଙ୍କୁ ଘର ଭିତରେ ରଖି ଚିକିତ୍ସା କରି ଟଙ୍କା ନେଉଛନ୍ତି। ଏପରିକି ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମୟରେ ଖରାପ ବ୍ୟବହାର ମଧ୍ୟ ଦେଖାଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସରକାରଙ୍କ ମାଗଣା ଆସୁଥିବା ଔଷଧକୁ ଜଣେ ଆଶା ଦିଦିଙ୍କ ଘରେ ଗୋପନ ଭାବେ ଲୁଚାଇ ରଖି ମୋହନା ବଜାରରୁ ଔଷଧ କିଣି ନେଇ ରୋଗୀଙ୍କୁ ବିକ୍ରି ମଧ୍ୟ କରୁଛନ୍ତି ।

ଏହି ବିଷୟରେ ବାରମ୍ଵାର ଅଞ୍ଚଳବାସୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଏବଂ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ସବୁ ଜାଣି ଅଧିକାରୀ ଚୁପ ରହୁଛନ୍ତି । ଏହା ପଛର କାରଣ କଣ ବୋଲି ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀ ପଦକ୍ଷେପ ନ ନେବାରୁ ଶେଷରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ଡାକ ମାଧ୍ୟମରେ ପଠାଇଛନ୍ତି । ତଥାପି ଏଥିପ୍ରତି ଯଦି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଅଞ୍ଚଳବାସୀ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ୱ।ର୍ଡମେମ୍ବର ରୀନାଦେବୀ ମାଳି, କୁମାରୀ ମଳିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାମ ମାଝୀ, ପ୍ରଶ୍ନ ମାଳୀ, ପୂର୍ବତନ ସରପଞ୍ଚ ବାଲୋନ୍ତିନ ମାଝୀ, ଦର୍ଶନମାଳୀ, ବିଦ୍ୟାଧର ମାଳୀ, ବିକ୍ରମ ମାଝୀ, ଇସାକ ମାଝୀ, କବିତା ରଇତ, ସ୍କୁତି ଶବର ଆଦି ବହୁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories