www.samajalive.in
Sunday, December 7, 2025
15.1 C
Bhubaneswar

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷାଦାନ ବ୍ୟାହତ

ବେଗୁନିଆ : ବେଗୁନିଆ ବ୍ଲକର ମୁଖ୍ୟ ଦପ୍ତର ବେଗୁନିଆରେ ଅବସ୍ଥିତ ଦୀର୍ଘ ୭୭ ବର୍ଷର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବେ ନାନା ସମସ୍ୟା ମଧ୍ୟରେ ଗତି କରୁଥିବାବେଳେ ମୁଖ୍ୟତଃ ଏଠାରେ ଶିକ୍ଷକମାନଙ୍କର ଅଭାବ ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଛାତ୍ର ଅଭିଭାବକମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଛାତ୍ର ଅଭିଭାବକମାନେ ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓଲ୍ହାଇବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡିଛି । ଉକ୍ତ ବିଦ୍ୟାଳୟଟି ଏଠାରେ ୧୯୪୪ ମସିହାରେ ସ୍ଥାପିତ ହୋଇଥିଲା ।ଇତି ମଧ୍ୟରେ ବିଦ୍ୟାଳୟ ତାର ପ୍ଲାଟିନମ ଜୁବୁଲି ପାଳନ କରିସାରିଛି । ଉକ୍ତ ବିଦ୍ୟାଳୟରେ ୪୦୦ରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ପାଠ ପଢୁଥିବାବେଳେ ଟିଜିଟି (କଳା) ପଦରେ ୮ ଜଣ ଶିକ୍ଷକ ଏଠାରେ କାର୍ୟ୍ୟ କରିବା ପାଇଁ ଥିବାବେଳେ ଏବେ ୫ ଜଣ ଶିକ୍ଷକ କାର୍ୟ୍ୟ କରୁଛନ୍ତି । ଟିଜିଟି (ପି ସି ଏମ୍)ରେ ୨ ଜଣ କାର୍ୟ୍ୟ କରିବା ପାଇଁ ଥିବାବେଳେ ୨ ଟି ଯାକ ପଦବୀ ଖାଲି ପଡ଼ିଛି । ସିବିଜେଡ଼ରେ ୨ ଟି ପଦବୀ ଥିବାବେଳେ ଗୋଟିଏ ପଦବୀ ଖାଲି ପଡିବା ସହିତ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏଠାରେ ୧୪ ଜଣ ଶିକ୍ଷକ କାର୍ୟ୍ୟ କରିବା ପାଇଁ ଥିବାବେଳେ ୭ ଟି ପଦବୀ ଖାଲି ପଡ଼ିଛି । ସେହିପରି ଗୋଟିଏ ପିଅନ ପଦବୀ ଖାଲି ପଡ଼ିଛି । ଏଠାରେ କାର୍ୟ୍ୟରତ କିରାଣୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡେପୁଟେସନରେ ନେଇ ତାଙ୍କ କାର୍ୟ୍ୟାଳୟରେ କାର୍ୟ୍ୟ କରାଉଛନ୍ତି । ଦୀର୍ଘ ୪ ମାସରୁ ଉର୍ଧ୍ଵ ତାଙ୍କର ଅନୁପସ୍ଥିତିରେ ବିଦ୍ୟାଳୟ କାର୍ୟ୍ୟ କିପରି ହେଉଥିବ ତାହା କେହି ନଜାଣିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ନିଶ୍ଚୟ ଭଲଭାବରେ ଜାଣିପାରୁଥିବେ ।ବିଦ୍ୟାଳୟ ଚାରିପଟେ ଥିବା ପାଚେରୀ ଉଚ୍ଚତା ବହୁତ କମ ଥିବା ଯୋଗୁ ପରୀକ୍ଷା ପରିଚାଳନା ଠିକ ଭାବରେ ହୋଇପାରୁନାହିଁ। ବହୁ ବିଭ୍ରାଟ ଦେଖାଦେଉଛି । ଏପରିକି ଅସାମାଜିକ ଯୁବକମାନେ ଦିନ ଏବଂ ରାତିରେ ପାଚେରୀ ଡେଇଁ ବିଦ୍ୟାଳୟ ପରିସର ଭିତରେ ପଶି ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି । ବିଦ୍ୟାଳୟର ଜିନିଷ ପତ୍ର ମଧ୍ୟ ଚୋରି ହେଉଛି । ଏବେ ଗତ ୧୫ ଦିନ ତଳେ ବିଦ୍ୟାଳୟ କାର୍ୟ୍ୟ କରୁଥିବା ଠିକାଦରଙ୍କର ବହୁ ଜିନିଷ କବାଟ ଭାଙ୍ଗି ଚୋରି କରି ନେଇଯାଇଛନ୍ତି ।

ନିକଟସ୍ଥ ହରିଜନ ସାହି ଯୁବକମାନେ ଅବାଧରେ ସ୍କୁଲ ଭିତରେ ପଶି ଚାଷ ଖେଳିବାଠାରୁ ଆରମ୍ଭ କରି ଭିତରେ ଥିବା ନଳକୂପ ନିକଟରେ ଗାଧୋଉଛନ୍ତି । ଅଭିଯୋଗ ହେଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟଟି ଠିକ ଭାବରେ ଚାଲିବା ପାଇଁ ଏବଂ ବେଗୁନିଆରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ହେଉନଥିବା ଯୋଗୁଁ ଉକ୍ତ ବିଦ୍ୟାଳୟଟିକୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଇଚ୍ଛା ପ୍ରକଟ କରିଥିବାବେଳେ ତାଙ୍କର ବଦଳି ହୋଇଯାଇଥିଲା । ଏହାଦ୍ୱାରା କର୍ମଚାରୀ ସମସ୍ୟାର ସମାଧାନ ହେବା ସହିତ କୌଣସି ବିଦ୍ୟାଳୟ ଠିକ ଭାବରେ ଚାଲୁନଥିବାବେଳେ ଅନ୍ତତଃ ଗୋଟେ ବିଦ୍ୟାଳୟ ଠିକ ଭାବରେ ଚାଲିପାରିଥାନ୍ତା । ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଭିବାବକ ମାନେ ଦାବି କରିଛନ୍ତି । କିନ୍ତୁ ଯେଉଁ ମହାପୁରୁଷଙ୍କ ନାମରେ ଏହି ବିଦ୍ୟାଳୟଟି ସ୍ଥାପିତ ହୋଇଛି ତାଙ୍କର ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ କୋଣଠେସା ହୋଇ ରହିଥିବାର ଦେଖିବାକୁ ମିଳୁଛି ।ଅସାମାଜିକ ଯୁବକମାନେ ବିଭିନ୍ନ ସମୟରେ ତାଙ୍କର ପ୍ରତିମୂର୍ତ୍ତିକୁ କଦର୍ଥ କରୁଥିବାବେଳେ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଥିପ୍ରତି ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କର ଦୃଷ୍ଟି ନପଡିବା ନିଶ୍ଚୟ ପରିତାପର ବିଷୟ । ତାଙ୍କର ପ୍ରତିମୂର୍ତ୍ତି ଥିବା ସ୍ଥାନରେ ପାଣି ଗଳୁଥିବା ଯୋଗୁଁ ପ୍ରତିମୂର୍ତ୍ତି ନଷ୍ଟ ହେଉଥିବାବେଳେ ପଛ କାନ୍ଥଟି ନଷ୍ଟ ହୋଇ କଳା ପଡ଼ିଗଲାଣି । ତେଣୁ ଉପର ଛାତଟି ପକାଯାଇ କାନ୍ଥ ଗୁଡିକ ଟାଇଲ ପଡିଗଲେ ରକ୍ଷଣାବେକ୍ଷଣ ଠିକ ଭାବରେ ହୋଇପାରିବ ବୋଲି ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories