www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଛଡାଇନେଲା ସ୍ୱାମୀକୁ; ଶାଶୁ-ଶ୍ବଶୁର ସହ ଅସହାୟ ଅବସ୍ଥାରେ ବିଧବା ପତ୍ନୀ

ହରଭଙ୍ଗା: ଅଢେଇମାସ ତଳେ ବିବାହ ସରିଥିଲା। ଗୋଡରୁ ଲିଭିନଥିଲା ବିବାହ ଅଳତା, ଆଖିରେ ଆଖିଏ ସ୍ୱପ୍ନ, ସରି ନଥିଲା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅକୁହା କଥା, ତା ସାଙ୍ଗକୁ ବାକିଥିଲା ଜୀବିତ ପିତା,ମାତାଙ୍କ ଗୁରୁଦାୟିତ୍ୱ। ଏହା ସହିତ ମାନସିକ ଅବସ୍ଥା ଠିକନଥିବା ଦୁଇ ଭାଇଙ୍କ ବୋଝ। ସେ ଥିଲେ ଘରର ଜଣେ ମାତ୍ର ରୋଜଗାରିଆ ପୁଅ। ଏଭଳି ସମୟରେ ଅଦୃଶ୍ୟ ମହାମାରୀ କରୋନା ନବ ବିବାହିତା ସ୍ତ୍ରୀ ପାଖରୁ ସ୍ୱାମୀକୁ ଛଡାଇନେଲା। ସଧବା ପତ୍ନୀକୁ ଦିନକେଇଟାରେ ବିଧବା ସଜେଇଦେଲା। ବୃଦ୍ଧ ମା-ବାପା କୋଳରୁ ଭେଣ୍ଡିଆ ପୁଅକୁ ଛଡେଇ ନେଇ ସେମାନଙ୍କ ଜୀବନକୁ ଛାରଖାର କରିଦେଲା। ଏଥିଲା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କଂରଜକଟା ଗ୍ରାମର ଗତ ମଇ ୨୮ରେ କରୋନାରେ ମୃତ୍ୟୁବରଣ କରିଥିବା ରଣଜିତ ନାଏକ (୩୦)ଙ୍କ କାହାଣୀ। କଂରଜକଟା ଗ୍ରାମର ଭରତ ନାଏକଙ୍କ ୪ପୁତ୍ର ମଧ୍ୟରୁ ରଣଜିତ ଥିଲେ ତୃତୀୟ ପୁତ୍ର। ବଡ ପୁଅ ରଶ୍ମୀ କେରଳରେ ରହି କାମ କରୁଛି। ତୃତୀୟ ପୁତ୍ର ରଣଜିତ ଏଆରଏସଏସ କମ୍ପାନୀରେ ଦୀର୍ଘ ୫ବର୍ଷ ହେଲା ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିବା ସହିତ ପୂରା ପରିବାର ଦାୟିତ୍ୱ ତୁଳାନ୍ତି। ଆଉ ଦୁଇପୁଅଙ୍କ ମଧ୍ୟରୁ ଦ୍ୱିତୀୟ ପୁତ୍ର ଅଜିତ ମାନସିକ ଅବସ୍ଥା ଠିକନଥିବାବେଳେ ସାନ ପୁତ୍ର ମନୋଜର ପାଟି ଫିଟୁନାହିଁ। ବପା, ମାଅ, ସହିତ ୫ଜଣଙ୍କ ବୋଝ ମୁଣ୍ଡାଇଥିଲେ ରଣଜିତ। ସେ ଗତ ମାର୍ଚ୍ଚ ମାସରେ କନ୍ଧମାଳ ଜିଲା ସୁଡ୍ରୁକୁମ୍ପା ତାଡମେରୁରେ ବିବାହ କରିଥିଲେ। ବିବାହର ଠିକ ଅଢେଇମାସ ପରେ ଗତ ମଇ ୨୫ରେ ସେ କରୋନାରେ ଆକ୍ରାନ୍ତଥିବା ଜଣାପଡିଥିଲା। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

 

- Advertisement -

ମାତ୍ର ୨୮ତାରିଖରେ ରଣଜିତଙ୍କ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ରଣଜିତଙ୍କ ଏଭଳି ଅକାଳ ମୃତ୍ୟୁରେ ବିଧବା ପତ୍ନୀ ସାବିତ୍ରୀ ସଂପୂର୍ଣ୍ଣ ଅସହାୟ ହୋଇପଡିଛି। ବୃଦ୍ଧ ଶାଶୁ ଶଶୁର ସାଙ୍ଗକୁ ମାନସିକ ଅବସ୍ଥା ଠିକନଥିବା ଜଣେ ଦିଅର ଏବଂ ଜଣେ ଦେଢଶୁରଙ୍କ ବୋଝ ତାଙ୍କୁ ଉପାୟ ଶୂନ୍ୟ କରିପକାଇଛି। ଏଭଳି ଅବସ୍ଥାରେ ୪ଜଣଙ୍କ ଦାୟିତ୍ୱ ତୁଳାଇବା ତାଙ୍କ ପକ୍ଷରେ କାଠିକର ପାଠ ହୋଇଛି। କରୋନାରେ ଘରର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ,ବାପା ମାଆ ଆଖିରୁ ଲୁହ ଶୁଖୁନାହିଁ। ସ୍ୱାମୀର କଥାକୁ ମନେ ପକାଇ ବାହୁନି କାନ୍ଦୁଛି ବିଧବା ପତ୍ନୀ। ଏଭଳି ଅବସ୍ଥାରେ ଅସହାୟ ଅବସ୍ଥାରେ ଦିନକାଟୁଥିବା ମୃତ ରଣଜିତଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ସମାଜସେବୀ ସୌମ୍ୟ ରଂଜନ ସାହୁ, ଶଶିକାନ୍ତ ସାହୁ ଦାବି କରିଛନ୍ତି। ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ପରିବାର ପ୍ରତି କିଛି ସାହାଯ୍ୟ ଯୋଗାଇଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories