ଆସନ୍ତା ୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ଖୋଲିବ ଐତିହ୍ୟସ୍ଥଳୀ । ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ ଆସନ୍ତା ୧୬ରୁ ଖୋଲିବ । ଏନେଇ ଏଏସଆଇଙ୍କ ପକ୍ଷରୁ ସୂଚନା ମିଳିଛି।
ଏପ୍ରିଲ ୧୫ ରୁ ବନ୍ଦ ରହିଥିଲା ସମସ୍ତ ଐତିହ୍ୟସ୍ଥଳୀ । ଏଗୁଡିକ ଖୋଲାଗଲେ ମଧ୍ୟ ରାଜ୍ୟସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସମସ୍ତ କରୋନା ନିୟମାବଳୀ ପାଳନ କରାଯିବ।
ଆସନ୍ତା ବୁଧବାର ଠାରୁ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲାଯିବ। ଓଡ଼ିଶାରେ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି। ଯେପରି ପୁରୀ ଶ୍ରୀମନ୍ଦିର , କୋଣାର୍କ ସୂର୍ଯ୍ୟମନ୍ଦିର, ବିଭିନ୍ନ ମ୍ୟୁଜିୟମ, ଖୋର୍ଦ୍ଧାରେ ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳୀ ।

Comments are closed.