www.samajalive.in
Sunday, December 7, 2025
16.1 C
Bhubaneswar

ନିଶାଦ୍ରବ୍ୟ ବିକ୍ରୀ ବେଳେ ପୋଲିସର ଅତର୍କିତ ଚଢ଼ାଉ, ଜଣେ ଗିରଫ  

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ପତ୍ରାପାଲି ଛକରେ ବହୁ ଦିନରୁ ମଦ, ଗଞ୍ଜେଇ ଆଦି ନିଶା ଦ୍ରବ୍ୟ କ୍ରୟ ବିକ୍ରୟର କାରବାର ଚାଲିଆସୁଥିଲା । କରୋନା କଟକଣା ସମୟରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ, କୌଣସି ସ୍ଥାନରେ ଭିଡ଼ ନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ। କିନ୍ତୁ ଏହି ଛକରେ ମଦ, ଗଞ୍ଜେଇ ଆଦି ନିଶା ଦ୍ରବ୍ୟ ବିକ୍ରି ହେଇ ପ୍ରାୟ ଲୋକଙ୍କ ଭିଡ଼ ଜମି ରହୁଥିଲା। ଅନ୍ୟ ପକ୍ଷରେ ଏହି ଏହି ନିଶା ଦ୍ରବ୍ୟର ସେବନ କରି ଅଞ୍ଚଳର ନାବାଳକମାନେ ବି ନିଶା ସକ୍ତ ହୋଇଗଲେଣି। ସେହି ଯୁବକମାନଙ୍କ ଭବିଷ୍ୟତ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ନିଶା ପାଇଁ ଚୋରି ଡକାୟତି କରିବାକୁ ମଧ୍ୟ ସେମାନେ ପଛାଉନାହାନ୍ତି। ପାଖରେ ରହିଛି ପତ୍ରାପାଳି ହାଇସ୍କୁଲ। ତେବେ ଛତ୍ର ଛାତ୍ରୀ ମାନଙ୍କ ଉପରେ ମଧ୍ୟ ଏହାର ବେଶ୍ ପ୍ରଭାବ ପଡୁଥିଲା । କିନ୍ତୁ ଆଜି ଯାଏ ପୋଲିସ କିଛି ପଦକ୍ଷେପ ନେଇ ନଥିଲା। କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ତ୍ରିଲୋଚନ ଦାଶ ସଦଳବଳେ ଅତର୍କିତ ଭାବରେ ଚଢାଉ କରିବା ଫଳରେ ବିପୁଳ ପରିମାଣର ମଦ ଜବତ କରି ଜଣକୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ବ୍ୟକ୍ତି ଉକ୍ତ ଗ୍ରାମର ଧନେଶ୍ଵର ବଢ଼େଇଙ୍କର ପୁଅ କିଶୋର ବଢେଇ (୨୫) । ଏ ନେଇ ପୋଲିସ ୫୨(ଏ) ସେକ୍ସନ ଅଧୀନରେ କେସ ନମ୍ବର ୧୫୨/୧୧,୬,୨୧ ରେ ଥାନାରେ ଏକ କେସ ରୁଜୁ କରିଛି। ଅଭିଯୁକ୍ତ ମଦ ସହ ଗଞ୍ଜେଇ ଆଦି ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ପୋଲିସ ଅଧିକ ତଦନ୍ତ କଲେ ଅନ୍ୟ ସବୁ ନିଶା ଦ୍ରବ୍ୟ ମଧ୍ୟ ଜବତ କରିପାରିବ ବୋଲି ଶୁଣିବାକୁ ମିଳୁଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories