www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲା ଭିମସାରରେ ଏବଂ ଜିଲ୍ଲା ଡ଼ାକ୍ତରଖାନାରେ ଏକମୋ ମେସିନ ପାଇଁ ଦାବି

ବୁର୍ଲା : ବୁର୍ଲା ଭିମସାରରେ ଏବଂ ସମ୍ବଲପୁର ଜିଲ୍ଲା ଡ଼ାକ୍ତରଖାନାରେ କୋଭିଡ଼ ମହାମାରୀ ସଂକ୍ରମଣର ମୁକାବିଲା ପାଇଁ ଏକମୋ ମେସିନ ସ୍ଥାପନ କରାଯିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାମାଜିକ ସଙ୍ଗଠନ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ। ବର୍ତ୍ତମାନର କରୋନା ସଂକ୍ରମଣ ସ୍ଥିତି ତାର ଭୟାବହତା ଦେଖାଇବା ସହିତ ଜନସାଧାରଣଙ୍କ ଜନଜୀବନ ଅସ୍ତବ୍ୟବସ୍ତ କରି ରଖିଛି। ବର୍ତ୍ତମାନ ଓଡ଼ିଶାରେ ଜଟିଳ କରୋନା ସଂକ୍ରମିତଙ୍କୁ ଉକୃଷ୍ଟ ମାନର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି। ଏପରିକି କେତେକ ଗୁରୁତର କରୋନା ସଂକ୍ରମିତ ରୋଗୀ ବାହାର ରାଜ୍ୟ ମେଡ଼ିକାଲ ମାନଙ୍କୁ ଫ୍ଲାଇଟରେ ଏହି ଏକମୋ ଚିକିତ୍ସା ଲାଗି ଯିବା ପାଇଁ ବାଧ୍ୟ ହେଉଛନ୍ତି। ଖୁସିର ବିଷୟ ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଛଅଗୋଟି ଏକମୋ ମେସିନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଟକ ଏବଂ ଗୋଟିଏ ଏକମୋ ମେସିନ ମେସିନ କ୍ୟାପିଟାଲ ହସପିଟାଲ ଭୁବନେଶ୍ୱରରେ ସ୍ଥାପିତ କରାଯିବା ନିଷ୍ପତ୍ତି ନିଶ୍ଚିତ ସ୍ୱାଗତଯୋଗ୍ୟ ବୋଲି ଦର୍ଶାଇଛନ୍ତି। ସିଏସଆର ପାଣ୍ଠି ବିନିଯୋଗ କରାଯାଇ ଏହି ଜୀବନରକ୍ଷକ ମେସିନ ବ୍ୟବସ୍ଥା କରାଚାଲିଛି। ପଶ୍ଚିମ ଓଡ଼ିଶାର ରୋଗୀ ମାନଙ୍କୁ ଉତ୍ତମ ଧରଣର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବୁର୍ଲା ଭିମସାର ଏବଂ ସମ୍ବଲପୁର ଜିଲ୍ଲା ଡ଼ାକ୍ତରଖାନାରେ କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଏକମୋ ମେସିନ ବ୍ୟବସ୍ଥା କରାଯିବା ପାଇଁ ସ୍ୱେଚ୍ଛାସେବୀ ରକ୍ତଦାନ ସଂସ୍ଥା ତ୍ୟାଗର ସଭାପତି ଦୁର୍ଗା ପାଢ଼ୀ, ଆଇନଜିବୀ ସୁମନ୍ତ କୁମାର ସ୍ୱାଇଁ, ଲାୟନ୍ସ କ୍ଲବ ସଭାପତି ତଥା ଆଇନଜିବୀ ଅରୁଣ କୁମାର, ସାମାଜିକ କାର୍ଯ୍ୟକର୍ତ୍ତା ଡ ସନ୍ତୋଷ କାନୁନଗୋ, ଆଇନଜିବୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ପ୍ରକାଶ ଶତପଥି ପ୍ରମୁଖ ମୁଖ୍ୟମନ୍ତ୍ରୀ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି। କରୋନା ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଫୁସ ଫୁସ ଜନିତ ସଂକ୍ରମଣ ଜଟିଳ ସମାସ୍ୟା ଦେଖା ଦେଇଥାଏ। ଯାହାକି ଭେଣ୍ଟିଲେଟର ଦ୍ୱାରା ସଠିକ ଭାବରେ ଜଟିଳ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ସେତେ ମାତ୍ରାରେ ସହାୟକ ହୋଇ ନ ଥାଏ ମାତ୍ର ଏହି ଏକମୋ ମେସିନ ଦ୍ୱାରା ରୋଗୀଙ୍କ ସ୍ୱଳ୍ପ ବ୍ୟୟରେ ଚିକିତ୍ସା କରାଯାଇ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିଥାଏ। ଏପରିକି ଏହି ଏକମୋ ମେସିନ ନ ଥିବା ଯୋଗୁଁ ଅନେକ କୋଭିଡ଼ ସଂକ୍ରମିତ ଗୁରୁତର ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏକମୋ ମେସିନ ଦ୍ୱାରା କେବଳ ସଙ୍କଟାପନ୍ନ କୋଭିଡ଼ ସଂକ୍ରମିତଙ୍କ ଜୀବନ ରକ୍ଷା ସମ୍ଭବପର ହୋଇପାରିବା ତାହା ନୁହେଁ ଏହା ଗୁରୁତର ହୃଦରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଏପରିକ ଡିଏମଇଟିି ଡ଼ ସିବିକେ ମହାନ୍ତିଙ୍କ ବିବୃତି ଅନୁସାରେ ସାରା ଭାରତରେ ମାତ୍ର ୨୧ଟି ଏକମୋ(ଏକଷ୍ଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜେନେସନ) କୋଭିଡ଼-୧୯ ମହାମାରୀ ପାଇଁ ବ୍ୟବସ୍ଥା ରହିଛି। 

ପଶ୍ଚିମ ଓଡ଼ିଶା ସମେତ ଆଖପାଖ ପଡ଼ୋଶୀ ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ର ଭିମସାର ହସପିଟାଲ ଏହା ଉପରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଲୋକ ନିର୍ଭରଶୀଳ। ତେଣୁ ପଶ୍ଚିମ ଡ଼ିଶାର ଗୁରୁତର କୋଭିଡ଼ ରୋଗୀଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇ ତାଙ୍କୁ ନୁତନ ଜୀବନ ପ୍ରଦାନ କ୍ଷେତ୍ରରେ ସହାୟକ ଏହି ଏକମୋ ମେସିନ ଅବସ୍ଥାପିତ କରାଯିବାର ଆବଶ୍ୟକତା ରହିଛି। ତେଣୁ ବୁର୍ଲା ଏମସିଏଲ ପାରାପାର୍ଶ୍ବିକ ଉନ୍ନୟନ ପାଣ୍ଠିର ବିନିଯୋଗ ବା ଅନ୍ୟ କୌଣସି ପାଣ୍ଠିରୁ ଏହି ଏକମୋ ମେସିନ ଭିମସାର ଏବଂ ସମ୍ବଲପୁର ଜିଲ୍ଲା ଡ଼ାକ୍ତରଖାନାରେ ଅବସ୍ଥାପିତ କରାଯିବା କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି। ଏହି ମର୍ମରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟବିଭାଗ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories