www.samajalive.in
Monday, December 8, 2025
27.1 C
Bhubaneswar

କୋରଙ୍ଗା ଗ୍ରାମରେ ଅବକାରୀ ଚଢାଉ ବିପୁଳ ଗୁଡପୋଚ ଜବତ

ଆଠଗଡ : କଟକ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଟକ ୨ନଂ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡ ଓ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଏହି ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶୁକ୍ରବାର ଏକ ଜୋରଦାର ଅବକାରୀ ଚଢାଉ କରାଯାଇଛି। ୨ ଦିନ ପୂର୍ବରୁ ନିକଟବର୍ତ୍ତୀ ତାଳବସ୍ତ ଗ୍ରାମରେ ଏହି ମିଳିତ ସ୍କାର୍ଡ ଚଢାଉ କରି ବ୍ୟାପକ ପରିମାଣର ଗୁଡପୋଚ ଜବତ କରିବା ସହ ଜଣଙ୍କୁ ଗିରଫ କରିବା ଘଟଣାର ପ୍ରଭାବରେ କୋରଙ୍ଗାରେ ମଦଭାଟି ବନ୍ଦ ରହିଥିଲା। ଏହି ଗ୍ରାମରେ ମଦ ପ୍ରସ୍ତୁତ କରି ଚାଲାଣ କରୁଥିବା ଅକ୍ଷୟ ସାହୁଙ୍କ ଘର ଉପରେ ଏହି ସ୍କାର୍ଡ ଚଢାଉ କରିବା ସମୟରେ ତାଙ୍କ ଘର ମଧ୍ୟରେ ଶହ ଶହ ପ୍ଲାଷ୍ଟିକ ଜାରକିନରେ ମଦପ୍ରସ୍ତୁତ ପାଇଁ ଗଚ୍ଛିତ ଥିବା ପ୍ରାୟ ୧୬ଶହ ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା। ଅନ୍ୟକେତେକ ମଦ ପ୍ରସ୍ତୁତକାରୀଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଥିବାବେଳେ ସେଠାରେ କିଛି ମିଳିନଥିଲା। ଅକ୍ଷୟ ସାହୁଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଜିଲ୍ଲା ଅବକାରୀ ଉପଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢାଉରେ ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଞ୍ଜୀତ ବାର୍ଲା, ଅବକାରୀ ଗୁଇନ୍ଦା ନିରୀକ୍ଷକ ଉମାକାନ୍ତ ସ୍ୱାଇଁ, ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ସମେତ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ ସଚିନ୍‍ ବେହେରା, ମନିଷା ଘୋଳ ଓ ବହୁ ଅବକାରୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories