www.samajalive.in
Sunday, December 7, 2025
14.1 C
Bhubaneswar

ଦେଶରେ ଆଜି ଟିକା ନେଲେ ୩୧ ଲକ୍ଷ ୫୦ ହଜାର ୩୬୮

ଆଜି ସୁଦ୍ଧା ଦେଶରେ ୨୪ କୋଟି ୯୩ ଲକ୍ଷ ୧୬ ହଜାର ୫୭୨ ଜଣ ଲୋକଙ୍କୁ କରୋନା ପ୍ରତିଷେଧକ ଟିକାକରଣ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଟିଏ ଦିନରେ ଅର୍ଥାତ ଟିକାକରଣର ୧୪୭ ତମ ଦିନରେ ଦେଶରେ ୩୧ ଲକ୍ଷ ୫୦ ହଜାର ୩୬୮ ଲୋକଙ୍କୁ ଏହି ଟିକା ଦିଆଯାଇଛି। ଏଥିରେ ୨୮ ଲକ୍ଷ ୪୮ ହଜାର ୪୩୫ ଜଣ ପ୍ରଥମ ଡୋଜ ଓ ୩ ଲକ୍ଷ ୧ ହଜାର ୯୩୩ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୪୪ ବୟସ ବର୍ଗରେ ୧୯ ଲକ୍ଷ ୪୯ ହଜାର ୯୦୨ ଜଣ ପ୍ରଥମ ଡୋଜ୍‍ ଟିକା ନେଇଥିବା ବେଳେ ୭୨ ହଜାର ୨୭୯ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୩ କୋଟି ୭୯ ଲକ୍ଷ ୬୭ ହଜାର ୨୩୭ ଜଣ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୫ ଲକ୍ଷ ୫୮ ହଜାର ୮୬୨ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ମନ୍ତ୍ରଣାଳୟ କହିଛି, ପ୍ରାୟ ୧୦ ଲକ୍ଷରୁ ଅଧିକ ଏହି ବୟସ ବର୍ଗର ହିତାଧିକାରୀ ସେମାନଙ୍କର ପ୍ରଥମ ଡୋଜ୍‍ ଟିକା ନେଇଛନ୍ତି ଏବଂ ବିଶେଷକରି ବିହାର, ଦିଲ୍ଲୀ, ଗୁଜରାଟ, ହରିଆଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଏହି ହିତାଧିକାରୀମାନେ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ୧ କୋଟି ୬୯ ଲକ୍ଷ ୭୯ ହଜାର ୨୫୫ ଜଣ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ୫୪ ଲକ୍ଷ ୩୭ହଜାର ୬୬୯ ଜଣ ସମ୍ମୁଖ ଯୋଦ୍ଧା, ୩ କୋଟି ୮୫ ଲକ୍ଷ ୨୬ ହଜାର ୯୯ ଜଣ ୧୮-୪୪ ବର୍ଷ ବୟସ ବର୍ଗର ହିତାଧିକାରୀ, ୮ କୋଟି ୬୪ ଲକ୍ଷ ୬୧ ହଜାର ୨୬୨ ଜଣ ୪୫-୫୯ ବର୍ଷ ବୟସ ବର୍ଗର ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ୮ କୋଟି ୧୯ ଲକ୍ଷ ୧୨ ହଜାର ୨୮୭ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

- Advertisement -

କେବଳ ଆଜି ୨୧ ହଜାର ୧୦୫ ଜଣ ସ୍ୱାସ୍ଥ୍ୟକର୍ମୀ, ୯୫ ହଜାର ୩୦୬ ଜଣ ସମ୍ମୁଖ ଯୋଦ୍ଧା, ୨୦ ଲକ୍ଷ ୨୨ ହଜାର ୧୮୧ ଜଣ ୧୮-୪୪ ବର୍ଷ ବୟସ ବର୍ଗର ହିତାଧିକାରୀ, ୬ ଲକ୍ଷ ୭୧ ହଜାର ୯୨୫ ଜଣ ୪୫-୫୯ ବର୍ଷ ବୟସ ବର୍ଗର ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ୩ ଲକ୍ଷ ୩୯ ହଜାର ୮୫୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories