www.samajalive.in
Monday, December 8, 2025
27.1 C
Bhubaneswar

କାରାଗାରରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଉଛି

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ସମୟରେ ତାଙ୍କୁ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଉଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ତିହାରରେ ବନ୍ଦୀ ଥିବା ଜଣେ ଆଇଏସଆଇଏସ୍‍ ସଦସ୍ୟ। ସୂଚନାଯୋଗ୍ୟ ଯେ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ସହିତ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଅଭିଯୋଗରେ ରଶିତ ଜାଫର ନାମକ ଏହି ବ୍ୟକ୍ତିଜଣକ ୨୦୧୮ରେ ଗିରଫ ହୋଇଥିଲେ। ଆଇଏସଆଇଏସ୍‍ ଆତଙ୍କବାଦୀ ଗୋଷ୍ଠୀ ସହିତ ତାଙ୍କର ସମ୍ପର୍କ ଥିବା ଏବଂ ସେ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ସରକାରୀ ସ୍ଥଳ ଆଦିକୁ ନିଜର ଲକ୍ଷ୍ୟ ବନାଇବା ଅଭିଯୋଗରେ ଏନଆଇଏ ତାଙ୍କୁ ଏବଂ ଅନ୍ୟ ୯ ଜଣଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା। ସେବେଠାରୁ ସେ ତିହାରରେ ରହିଛନ୍ତି। ତାଙ୍କ ଓକିଲ ଏମ ଏସ ଖାଁ ଅଦାଲତରେ କହିଥିଲେ ଯେ ତାଙ୍କ ମହକିଲଙ୍କୁ କାରାଗାର ମଧ୍ୟରେର ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରିବାକୁ ତାଙ୍କ ସହିତ ଥିବା ଅନ୍ୟ ଅନ୍ତେବାସୀ ବାଧ୍ୟ କରୁଛନ୍ତି। ତାହା ନକଲେ ସେମାନେ ତାଙ୍କୁ ମାଡ ମାରୁଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories