www.samajalive.in
Monday, December 8, 2025
20.1 C
Bhubaneswar

ସାବିତ୍ରୀ ଆଗରେ ହାର ମାନିଲା କରୋନା କଟକଣା, ଦୈନିକ ବଜାରରେ ଯାତ୍ରା ଗହଳି

ବୌଦ୍ଧ : ଗୋଟିଏ ପଟେ ଜିଲାରେ ୬୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଥିବାବେଳେ ଜିଲାସାରା କୋକୁଆ ଭୟ ଅନ୍ୟପଟେ ସାବତ୍ରୀ ବ୍ରତ ପାଇଁ ବୌଦ୍ଧ ଦୈନିକ ବଜାରରେ ଯାତ୍ରା ଗହଳି ସମସ୍ତ କରୋନା କଟକଣାକୁ ପଛରେ ପକାଇଦେଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲାରେ ସଂକ୍ରମଣ ହାର ବହୁ ତଳକୁ ଖସି ସାରିଥିବାବେଳେ ବୌଦ୍ଧଭଳି ଏକ ଛୋଟ ଜିଲାରେ ସଂକ୍ରମଣ ପ୍ରତିଦିନ ଉପର ତଳ ହେଉଥିଲେ ମଧ୍ୟ ମୃତକଙ୍କ ସଂଖ୍ୟାରେ ଦୈନିକ ୩ ଜଣ ଲେଖାଏଁ ଯୋଡି ହୋଇଚାଲିବା ସାଧାରଣରେ ଉଦବେଗ ସୃଷ୍ଟି କରୁଅଛି। ତେବେ ବାରମ୍ବାର ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ ପାଳନ ନେଇ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ଜାରି ରଖାଯାଇଛି। ଜିଲା ସାରା ସାପ୍ତାହୀକ ହାଟକୁ ବନ୍ଦ ରଖାଯାଇଥିବାବେଳେ ସାମାନ୍ୟ ଜନଗହଳି ହେଉଥିବା କୌଣସି କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଉନାହିଁ। ଏପରିକି କୌଣସି ପରିବାର ବିବାହ ବ୍ରତ ଆଦି ପାରିବାରିକ ଉତ୍ସବରେ ୫୦ ରୁ ଊର୍ଦ୍ଧ୍ବ ଲୋକ ଜମା ହୋଇପାରିବେନାହିଁ ବୋଲି କଟକଣା ଜାରି କରାଯାଇଛି।

 

- Advertisement -

କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳରେ ଦୁଇଦିନ ହେଲା ସାବତ୍ରୀ ବ୍ରତ ପାଇଁ ଦୋକାନ ବଜାରଗୁଡିକରେ ଅସମ୍ଭବ ଧରଣର ଭିଡ ପରିଲକ୍ଷିତ ହୋଇଛି। ଦ୍ୱିତିୟ ଲହର ସଂକ୍ରମଣରେ ଲକଡାଉନରେ ପ୍ରଶାସନ ପକ୍ଷରୁ କଟକଣାକୁ କିଛିଟା କହୋଳ କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ଦୋକାନ ଓ ଫଳ ପନିପରିବା ବଜାର ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରଖାଯିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଦୋକାନୀମାନଙ୍କ ବାରଣ ସତ୍ୱେ କୌଣସି ଗ୍ରାହାକ ସାମାନ୍ୟ ମଧ୍ୟ ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଦେଖାଯାଉଅଛି। ଦୈନିକ ବଜାର ମଧ୍ୟରେ ଅଧିକାଂଶ ଲୋକ ବିନା ମାସ୍କରେ ବୁଲୁଥିବା ଦେଖାଯାଉଛି। ସେହିପରି ପୋଲିସ ପକ୍ଷରୁ ଦୈନିକ ବଜାର ଭିତରକୁ ଯାନବାହାନ ନପୁରାଇବାକୁ ସବୁ ରାସ୍ତାକୁ ସିଲ କରାଯାଇଛି। ଲୋକମାନଙ୍କୁ ଚାଲି ଚାଲି ବଜାର ଆସିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଯାନବାହାନ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ରହିଛି। ଜଳଖିଆ ଦୋକାନ ଗୁଡିକ କେବଳ ପାର୍ଶଲ ଦେବାକୁ ନିୟମ ରହିଥିଲେ ମଧ୍ୟ ଜିଲାସାରା ଦୋକାନ ଖୋଲାଯାଇ ଚା,ଜଳଖିଆ ଆଦି ଖୋଲାଖୋଲି ବିକ୍ରୟ କରାଯାଉଅଛି। ଅନ୍ୟ ପକ୍ଷରେ ସବୁ କଟକଣାକୁ ଅଣଦେଖା କରି ସାମାଜିକ ସଂକ୍ରମଣକୁ ପ୍ରଶାସନ ଅପେକ୍ଷା କରୁଛି କି ବୋଲି କିଛି ବୁଦ୍ଧିଜିବୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories