ସନ୍ଧ୍ୟା ୭ଟା-ମୁଖ୍ୟ ଖବର

–କେନ୍ଦ୍ର ସରକାକାର ୨୦୨୧-୨୨ ଖରିଫ ଫସଲ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି।

–ଧାନର କ୍ବିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି

–ରାଶିର କ୍ବିଣ୍ଟାଲ ପିଛା ମୂଲ୍ୟ ୩୩୭୭ ଟଙ୍କା, ଚିନାବାଦାମର କ୍ବିଣ୍ଟାଲ ପିଛା ମୂଲ୍ୟ ୫୫୫୦, ସୂର୍ଯ୍ୟମୁଖୀ ୬୦୧୫ ଟଙ୍କା, ମୁଗ ୭୨୭୫, ବିରି ୬୩୦୦, ବାଜରାର କ୍ବିଣ୍ଟାଲ ପିଛା ମୂଲ୍ୟ ୨୨୫୦ ଟଙ୍କା ସ୍ଥିର କରାଯାଇଛି

–୨୦୨୧-୨୨ ଖରିଫ ବିପଣନ ବର୍ଷରୁ ଏହା ଲାଗୁହେବ

– ‘ଏ’ ଗ୍ରେଡ ଧାନର ମୂଲ୍ୟ ୧୯୬୦ ଟଙ୍କାକୁ ବୃଦ୍ଧି, ମକାର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୭୦, ହରଡର ମୂଲ୍ୟ ୩୦୦ଟଙ୍କା ବୃଦ୍ଧି କରାଯାଇ ୬୩୦୦ ଟଙ୍କା ସ୍ଥିର କରାଯାଇଛି

–ଆଇପିଏସ ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ଜେଲ ବିଭାଗ ଆଇଜି, ନରସିଂହ ଭୋଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି, ହିମାଂଶୁ ଲାଲ ପୂର୍ବାଞ୍ଚଳ ଆଇଜି

–ଦୀପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜି, ରାଜକିଶୋର ପାଇକରାୟ ଦେବଗଡ଼ ଏସ୍‌ପି, ଡି.ପି.ତ୍ରିପାଠୀ  କଟକ ରେଲୱେ ଏସ୍‌ପି

–ଆଇଏଫ୍‌ଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ। ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାରେ ଜାମିନ।

–ଆସନ୍ତାକାଲି ସୁଦ୍ଧା ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

–ବିଧାୟକ ନିୟମରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ।
–ଗଞ୍ଜାମରେ କୋଭିଡର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି। ଆଜିଠାରୁ ସ୍ବତନ୍ତ୍ର ଟିମ ଦ୍ବାରା ଶିଶୁମାନଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ।
–ଜୀବନ ରକ୍ଷାକାରୀ ଇକମୋ ମେସିନ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା-ଇକମୋ ମେସିନ କିଣିବା ନେଇ ଟେଣ୍ଡର ପ୍ରକ୍ରିୟାର ଆରମ୍ଭ କରାଯାଇଛି।

–କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ। ସିଏସଆର ପାଣ୍ଠି ଜରିଆରେ କ୍ୟାପିଟାଲ ହସପିଟାଲରେ ଲାଗିବ ଇକମୋ।
–୫କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଗିରଫ। ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନ ଗିରଫ। ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା।

–ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଓ ଏନଏଚଏମ୍‌ର ଟଙ୍କା ହଡ଼ପ କରି ଧରାପଡ଼ିଲେ। ଏନ୍‌ଏଚ୍‌ଏମ୍‌ର ପିଇଏମ୍‌ଏସ୍‌କୁ ହ୍ୟାକିଂ କରି ଟଙ୍କା ହଡ଼ପ କରିଥିଲେ। ଏଡିଏମ୍‌ଓ ଓ ସିଡିଏମ୍‌ଓ ସିଲ ଡୁପ୍ଲିକେଟ କରି ଇ-ଚେକ ନେଇଥିଲେ।

–ତଦନ୍ତବେଳେ ୩କୋଟି ୩୦ଲକ୍ଷ ଟଙ୍କା ଫ୍ରିଜ କରାଯାଇପାରିଛି। ପୂର୍ବରୁ ସୁବର୍ଣ୍ଣପୁର ଏନଏଚ୍‌ଏମ୍‌ରେ ରାଜକିଶୋର ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ।

–ସାଇବର ଲୁଟେରାଙ୍କ ପାଖରୁ ଫେରିଲା ୪ଲକ୍ଷ ୩୦ହଜାର ଟଙ୍କା। ସେୟାର ମାର୍କେଟରେ ଟଙ୍କା ଲଗାଇ ଅଧିକ ଲାଭ ମୋହ ଦେଖାଇ ଲୁଟିଥିଲେ।

–କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବକଙ୍କୁ ଠକିଥିଲେ ସାଇବର ଠକ। ଯୁବକଙ୍କ ଅଭିଯୋଗ ପରେ ଟଙ୍କା ଉଦ୍ଧାର କଲା ସାଇବର ସେଲ।
–ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟିକା ବ୍ୟବସ୍ଥା।
–ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର-ଅକ୍ଟୋବରକୁ ତୃତୀୟ ଲହର ଆସିପାରେ। ପ୍ରସ୍ତୁତି ଆରମ୍ଭ, ଏବେ ଠାରୁ ଡାକ୍ତରଙ୍କୁ ପ୍ରଶିକ୍ଷଣ-ସ୍ବାସ୍ଥ୍ୟ ନିର୍ଦେଶକ
–ଇସିଏମଓ ଆଣିବାକୁ ଟେଣ୍ଡର ଡକାଯାଇଛି କହିଲେ ଡିଏମ୍‌ଇଟି
–ବଲାଙ୍ଗିରି: ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବହିଷ୍କୃତ। ଗୋପ ମେଡ଼ିକାଲରେ ଅନିୟମିତତା ଅଭିଯୋଗରେ ବହିଷ୍କୃତ

–ସୁବର୍ଣ୍ଣରେଖା ନଦୀ ପାରିହେଲା ବେଳେ ରାଉତରା ପୁର ନଦୀଘାଟ ନିକଟରେ ବୁଡି ଜଣେ ନିଖୋଜ,ଖୋଜିବାକୁ ଯାଇଥିବା ଦମକଲ ବାହିନୀଙ୍କ ଡ଼ଙ୍ଗାର ଯନ୍ତ୍ର ଖରାପ ; ୫ ଘଣ୍ଟା ଧରି ନଦୀ ମଧ୍ୟରେ ଦମକଳ ବାହିନୀ

–ଉତ୍ତରପ୍ରଦେଶ କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି

–ଦେଶରେ ଆଉ ୯୨,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୦, ୮୯, ୦୬୯କୁ ବୃଦ୍ଧି

– ଆଉ ୨ହଜାର ୨୧୯ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୩୩୯୭ ଏବଂ ସ୍ଥାନୀୟ ସଂକ୍ରମିତ ୨୬୨୨ ଜଣ ରହିଛନ୍ତି

–ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ଫୁଲବାଣୀ ପୂର୍ତ୍ତବିଭାଗ ରାସ୍ତାର ଝାଡ଼ରଜିଙ୍ଗ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ, ୩ ଗୁରୁତର 

–ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ସପକ୍ଷରେ ପ୍ରଧାନ ବିଚାରପତି
ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

–ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ ; ପାଶ୍ଚାତ୍ୟର ସୂଚନା ବିସ୍ତାରବାଦ ନୀତିର କରିବେ ମୁକାବିଲା
ଜାମ୍ମୁ କାଶ୍ମୀରର ଦୁର୍ଗମ ଗ୍ରାମରେ ୧୦୦% ଟିକାକରଣ; ଭାରତରେ ପ୍ରଥମ

–ବୋଡା ବିଦ୍ରୋହୀଙ୍କ ପାଇଁ ୧୬୦ କୋଟିର ପ୍ୟାକେଜ ; ପୁନର୍ବାସ ପ୍ୟାକେଜକୁ ଆସାମ ସରକାରଙ୍କ ଅନୁମୋଦନ

–ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ ; ୮.୫ କିଲୋମିଟର ଦୀର୍ଘ ଟନେଲ ଶୀତ ଋତୁରେ ହେବ ଯୋଗାଯୋଗ ଜୀବନରେଖା

–ହାତ ମିଳାଇବା ଆଳରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

–ଟାଟା ସନ୍ସ ବୋର୍ଡରେ ଯୋଗଦେବେ ନୋଏଲ ଟାଟା ; ରତନ ଟାଟାଙ୍କ ସାବତ ଭାଇ ନୋଏଲ

–କାଳ ହେଲା ‘ମକ୍‌ ଡ୍ରିଲ୍‌’, ଅମ୍ଳଜାନ ନପାଇ ୨୨ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

–ବାବା କା ଢାବା ଦେବାଳିଆ; ନୂଆ ରେଷ୍ଟୁରାଣ୍ଟ ବନ୍ଦ

Comments are closed.