www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୬୦୧୯ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୭୯୬

ଭୁବନେଶ୍ୱର: କ୍ରମାଗତ ଭାବରେ ଗତ ପ୍ରାୟ ତିନିଦିନ ଧରି ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ପୁଣି ବୃଦ୍ଧିପାଇଛି। ଗୋଟିଏ ଦିନରେ ରାଜ୍ୟରୁ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୭୯୬ ଜଣ ରହିଛନ୍ତି। ନୂଆକରି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୯୭ ଏବଂ ସ୍ଥାନୀୟ ସଂକ୍ରମିତ ୨୬୨୨ ଜଣ ରହିଛନ୍ତି।

ରାଜ୍ୟରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୩୩୫, ବାଲେଶ୍ୱର ୨୮୬, ବରଗଡ ୧୨୨, ଭଦ୍ରକ ୨୬୨, ବଲାଙ୍ଗୀର ୬୬, ବଉଦ ୭୯, କଟକ ୫୩୧, ଦେବଗଡ ୨୪, ଢେଙ୍କାନାଳ ୨୯୧ ଏବଂ ଗଜପତି ଜିଲାରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୭୩, ଜଗତସିଂହପୁର ୧୯୬, ଯାଜପୁର ୪୦୬, ଝାରସୁଗୁଡା ୪୧, କଳାହାଣ୍ଡି ୭୦, କନ୍ଧମାଳ ୭୬, କେନ୍ଦ୍ରାପଡା ୨୧୮, କେନ୍ଦୁଝର ୧୨୦, କୋରାପୁଟ ୧୪୨ ଏବଂ ମାଲକାନଗିରିରୁ ୮୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲାରୁ ୩୩୩, ନବରଙ୍ଗପୁର ୧୫୧, ନୟାଗଡ ୧୯୧, ନୂଆପଡା ୨୩, ପୁରୀ ୩୨୪, ରାୟଗଡା ୧୦୮, ସମ୍ବଲପୁର ୧୩୧, ସୋନପୁର ୬୫, ସୁନ୍ଦରଗଡ ୨୮୩ ଏବଂ ଷ୍ଟେଟପୁଲରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣରୁ ମୋଟ ୭୫୬୬୪୧ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ୭୧୩୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories