www.samajalive.in
Sunday, December 7, 2025
15.1 C
Bhubaneswar

ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ସପକ୍ଷରେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀମାନଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡିକରେ ବିଚାରପତି ଭାବେ ନିଯୁକ୍ତି ଦେବା ସପକ୍ଷରେ ମତ ରଖିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି। ଜଷ୍ଟିସ ଏନ ଭି ରମଣ ଏହି ମର୍ମରେ ସମସ୍ତ ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀମାନଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ବିଷୟ ବିଚାର କରନ୍ତୁ। ସୂଚନାଯୋଗ୍ୟ ଯେ ଏଥିପାଇଁ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରାଯାଇ ଏକ ପତ୍ର ଲେଖାଯାଇଥିଲା। ସୁପ୍ରିମ କୋର୍ଟ ବାର ଆସୋସିଏସନ ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ ମଙ୍ଗଳବାର ଦିନ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ନିକଟକୁ ସେ ଗତ ମଇ ୩୧ ତାରିଖରେ ଏକ ପତ୍ର ଲେଖିବା ପରେ ପ୍ରଧାନ ବିଚାରପତି ଏ ସଂପର୍କରେ ବିଚାର କରିବାକୁ ହାଇକୋର୍ଟ ବିଚାରପତିମାନଙ୍କୁ କହିଛନ୍ତି। କେଉଁ ବରିଷ୍ଠ ଆଇନଜୀବୀ ଏଥିପାଇଁ ଯୋଗ୍ୟ ହୋଇପାରିବେ ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ଏକ କମିଟି ଗଠନ କରିଛି। ଏହା ସେହି ଆଇନଜୀବୀମାନଙ୍କର ଏକ ମେଧା ତାଲିକା ପ୍ରସ୍ତୁତ କରିବା ପରେ ତାହା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବ। ହାଇକୋର୍ଟ କଲେଜିୟମ ଉକ୍ତ ତାଲିକାରୁ ଏବଂ ହାଇକୋର୍ଟ ବାରଗୁଡିକରୁ ଯୋଗ୍ୟ ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବା ଦିଗରେ ବିଚାର କରିପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories