www.samajalive.in
Wednesday, December 10, 2025
18.1 C
Bhubaneswar

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର : ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏକ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ରେ ରବି ଋତୁ ଚାଷରେ ଧାନ ବିକ୍ରି ପାଇଁ ଯେତେ ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ସରକାର ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ , ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଦିଆଯାଇଥିବା ଟୋକେନର ସମୟ ନିର୍ଦ୍ଧାରଣ ନ କରି ଚାଷୀଙ୍କ ଧାନ ମଣ୍ଡିରେ ପହଂଚିବା ପରେ ସରକାର ଏହାକୁ କିଣିବା ଦାଇତ୍ୱ ବହନ କରନ୍ତୁ , ଚାଷୀଙ୍କ ଧାନ ଲୋଡିଙ୍ଗ , ଅନ ଲୋଡିଙ୍ଗ , ପରିବହନ , ବସ୍ତା ଅଖାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି ହେଲେ କୋଟି କୋଟି ଟଙ୍କାର ଏହି ଅର୍ଥ କିଏ କିଏ ବାଣ୍ଟି ଖାଉଛନ୍ତି ରାଜ୍ୟ ସରକାର ଏହାର ସମ୍ପୁର୍ଣ୍ଣ ତଥ୍ୟ ଚାଷୀଙ୍କୁ ଦିଅନ୍ତୁ , ଧାନ କିଣୁଥିବା ସଂସ୍ଥା ଆରଏମସିକୁ ଧାନ କୁଇଣ୍ଟାଲ ପ୍ରତି ଦୁଇ ପ୍ରତିଶତ କେନ୍ଦ୍ର ସରକାର ଦେଉଥିବା ବେଳେ ଆରଏମସି ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରୁ ନାହିଁ ଯାହା ଫଳରେ ଚାଷୀ ପ୍ରତିବର୍ଷ ବହୁ କ୍ଷତି ସହୁଛନ୍ତି , ମଣ୍ଡିରେ ଧାନ କଟନୀ ଚଟଣୀ ଦ୍ୱାରା ଚାଷୀ ମିଲରଙ୍କ ଦ୍ୱାରା ବହୁ ଶୋଷିତ ହେଉଛନ୍ତି ଏଥିପାଇଁ ରାଜ୍ୟ ସରକାର ମିଲର ଙ୍କ ଉପରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ , ୟସ ବାତ୍ୟା ଏବଂ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ବିଭିନ୍ନ କ୍ଷୟ କ୍ଷତି ଘଟିଛି ସରକାର ଏହାର ଆକଳନ କରି ଚାଷୀଙ୍କ କ୍ଷତି ପୁରଣ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ କରିଛି ଜିଲ୍ଲା ବିଜେପି । ଏହି ଦାବି ପତ୍ର ପ୍ରଦାନ ସମୟରେ ସତ୍ୟବାଦୀ ଷଡଙ୍ଗୀ , ଅରୁଣ ପୂଜାରୀ , ଦୈତାରି ମାଝୀ , ସୁଭମ ଚୌଧୁରୀ , ଶର୍ମିଷ୍ଠା ଦେଓ , ଗୀତାଞ୍ଜଳି ବେହେରା , ସୁକାନ୍ତି ବେହେରା , କବିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories