www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ୱ ପରିବେଶ ଦିବସ ପାଳିତ

ନର୍ଲା: ସରିଆଁ ଗ୍ରାମରେ ଭବାନୀ ଶଙ୍କର ସଂସ୍କୃତିକ ଅନୁଷ୍ଠାନ ସରିଆଁ, ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଉତ୍ତର ବନବିଭାଗ ଆନୁକୂଲ୍ୟରେ ପଂଚାୟତ ଉଛ ବିଦ୍ୟାଳୟ ସରିଆଁରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଆମ ବାୟୁମଣ୍ଡଳ ଧୀରେ ଧୀରେ ଏହି ପ୍ରଦୂଷଣ ଯୋଗୁଁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଂକଟମୟ କରୁଛି।ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନ ସଚେତନତା ଲୋଡ଼ା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ତର ବନଖଣ୍ଡର ଶାନ୍ତପୁର ବନପାଳ ରତ୍ନାକର ଧାରୁଆ, ସମ୍ମାନିତ ଅତିଥି, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ଇଂରାଜୀ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇ, ପାର୍ଟନର ଏନ.ଜି.ଓର ଡିଓ ଉମେଶ ଚନ୍ଦ୍ର ଗଉଡ଼ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ଶୁକଦେଵ ସାହୁ, ସହ ସମ୍ପାଦକ ରଶ୍ମି ରଞ୍ଜନ ସା, କ୍ଲବର ସଦସ୍ୟ ସୋମ୍ୟରଂଜନ ସା, ଅସୀମ ଭୋଇ , ସୌରଭ ଭୋଇ, ଅବନୀ ରଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories