www.samajalive.in
Monday, December 8, 2025
17.1 C
Bhubaneswar

ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ ଗ୍ରାମବାସୀ ହାତୀ ଆତଙ୍କ, ଜଙ୍ଗଲକୁ ନ ଯବା ପାଇଁ ସତର୍କ ସୂଚନା ଜାରି

ଜି.ଉଦୟଗିରି: ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ ଗ୍ରାମବାସୀ ହାତୀ ଆତଙ୍କ ଦେଖିବାକୁ ମିଳଛି। ହାତୀମାନେ ବୁଲାବୁଲି କରୁଥିବାରୁ ଜଙ୍ଗଲ ଭିତରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଘୁମୁସର ବନ ଖଣ୍ଡର ୧୬ଟି ହାତୀ ବୁଧବାର ରାତି ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ ଆସି ଲଏରାଜୁର କଦଳୀ ବାଡ଼ି, ମୁକୁଲିଙ୍ଗିଆରେ ବାଉଁଶ ବୁଦା ଆଦିରେ କ୍ଷୟକ୍ଷତି କରିଛି। ଉତ୍ତର ଘୁମୁସର ବନଖଣ୍ଡର ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ୪ଟି ଦନ୍ତା, ୫ଟି ମାଇ ହାତୀ ଓ ୭ଟି ଛୁଆହାତୀ ଆସିଥିବା ଜଙ୍ଗଲରେ ବୁଲାବୁଲି କରୁଥିବା ଜଣାପଡ଼ିଛି। ହାତୀମାନଙ୍କ ପାଦ ଚିହ୍ନ ଏବଂ ମଳର ସନ୍ଧାନ ମିଳିଛି।

 

- Advertisement -

ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୁମୁରା ବିଳମ୍ବିତ ରାତିରେ ନିଜର କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଆଜି ପୂର୍ବାହ୍ନରେ ବନାଞ୍ଚଳ ଅଧିକାରୀ ସହିତ ବନପାଳ ରଶ୍ମିତା ବକ୍ସି,ବନରକ୍ଷୀ ସିଏଚ୍ ଅନିତା ପାତ୍ର, ବିଭୁ ରଞ୍ଜନ ସାମନ୍ତରାୟ ସମେତ ମୁକୁଲିଙ୍ଗିଆ ଗ୍ରାମବାସୀ ସହାୟତାରେ ଏ ନେଇ ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories