-ଦେଶରେ ଖୁବ ଶୀଘ୍ର ଉପଲବ୍ଧ ହେବ ଆଉ ଏକ ସ୍ୱଦେଶୀ କରୋନା ଟିକା
-ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଦ୍ରାବାଦର ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ ୩୦ କୋଟି ଡୋଜ୍ ଟିକା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛି
-ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି
-ମହାରାଷ୍ଟ୍ରରେ ୫%ରୁ କମ୍ ସଂକ୍ରମଣ ଜିଲାଗୁଡିକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯିବ
-ରାଜ୍ୟ ସରକାର ଘୋଷଣାକଲେ ୫ ସ୍ତରୀୟ ତାଲାବନ୍ଦ ପ୍ରତ୍ୟାହାର ଯୋଜନା
-କେରଳ ଛୁଇଁଲା ମୌସୁମୀ : ଭାରତୀୟ ପାଣିପାଗ ବିଭାଗର ସୂଚନା
– ଶ୍ରୀକ୍ଷେତ୍ରରେ ଭଉଁରି ଯାତ୍ରା, ମହାପ୍ରଭୁଙ୍କ ୨୧ଦିନ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ
– ନରେନ୍ଦ୍ର ପୁସ୍କରିଣୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି।
– ଚକ ଡେରା ନୀତି : ପୁରୀ ବଡ଼ଦାଣ୍ଡ ରଥଖଳାରେ ଆଜି ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏ ଚକ ଲଗା ଲଗାଯାଇଛି
-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି
–ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ଦ୍ବନ୍ଦ୍ବ ପ୍ରସଙ୍ଗ, ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ, କିଭଳି ମୂଲ୍ୟାୟନ କରାଯିବ ବିଚାର ବିମର୍ଶ ଚାଲୁ ରହିଛି।
–୨ ସପ୍ତାହ ବା ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ। ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ, ଆମେ ୱେବସାଇଟରେ ଦେବୁ। ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯିବ-ଅନୁରାଗ ତ୍ରିପାଠୀ
– ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ ବିଜୟ ସାହୁଙ୍କ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପରଲୋକ
–କରୋନା ଜଟିଳତା ନେଇ ଗୁରୁତର ଥିଲେ ବିଜୟ ସାହୁ
–କୋରାପୁଟ ସାଂସଦ ସପ୍ତଗିରି ଇଲାକାଙ୍କୁ ଛତିଶଗଡ଼ ଦାୟିତ୍ବ ଦେଲା କଂଗ୍ରେସ, ସପ୍ତଗିରିଙ୍କୁ ଛତିଶଗଡ଼ ଇନଚାର୍ଜ ଭାବେ ନିଯୁକ୍ତି ଦେଲେ କଂଗ୍ରେସ ଅଧ୍ୟକ୍ଷା
– ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟଙ୍କୁ ବିଜୁ ଜନତା ଦଳ ନେତୃମଣ୍ଡଳୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ
-ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗଦେଲେ ଇନ୍ଦ୍ରମଣୀ ତ୍ରିପାଠୀ
– ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ
– ଦେଶରେ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୩୪ ହଜାର ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୪,୪୧,୯୮୬କୁ ବୃଦ୍ଧି
– କୋଭିଡ ପ୍ରଭାବ: ୨ ମାସରେ ୧୫ ଲକ୍ଷ କୋଟି ଟଙ୍କା ବ୍ୟବସାୟିକ କ୍ଷତି
– ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସର୍ବୋଚ୍ଚ ଅଦାଲତଙ୍କ ସମାଲୋଚନା
– ଦେଶରେ ଯେତିକି ସଂଖ୍ୟାରେ କୋଭିଡ ଟିକାକରଣ କରାଯାଉଛି, ସେଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କମ୍ ସଂଖ୍ୟକ ମହିଳା ଟିକା ନେବାକୁ ଆସୁଥିବା ଜଣାଯାଇଛି
– ଆସାମର ହୋଜାଇରେ ଡାକ୍ତରଙ୍କୁ ବର୍ବର ଆକ୍ରମଣ: ୨୪ ଗିରଫ
– ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ, ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
– ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ମିଳିବ ତାଜା ସେଓ, କମଳା, ଲେମ୍ବୁ ଓ ପିଆଜ
– ପୃଥିବୀ ଘୂର୍ଣ୍ଣନର ବେଗ ବଦଳୁଛି: ହେବ କି ବିପଦର କାରଣ?
– ଜି ଅର୍ଥାତ ଜୁନ୍ ୩ ତାରିଖରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ଜୟା ଭାଦୁଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ସେମାନେ ୪୮ତମ ବିବାହ ବାର୍ଷିକୀ କରୁଛନ୍ତି ପାଳନ
– ଖେଳାଳିଙ୍କ ମାନସିକ ସୁସ୍ଥତା ନିହାତି ଆବଶ୍ୟକ: କୋହଲି, ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ କ୍ରିକେଟ୍ ଦଳ
– ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ ଫାଇନାଲ ୩ ମ୍ୟାଚ୍ ବିଶିଷ୍ଟ ହେଉ: ଶାସ୍ତ୍ରୀ