www.samajalive.in
Monday, December 8, 2025
20.1 C
Bhubaneswar

ଅବସରପ୍ରାପ୍ତ ଗୁଇନ୍ଦା, ସୁରକ୍ଷା ଅଧିକାରୀ ଦେଇ ପାରିବେନି ତଥ୍ୟ

ନୂଆଦିଲ୍ଲୀ: ଗୁଇନ୍ଦା ଓ ସୁରକ୍ଷା ଅଧିକାରୀଙ୍କ ପାଇଁ ସରକାର ଚାକିରି ନିୟମାବଳୀରେ ସଂଶୋଧନ କରିଛନ୍ତି। ସଂଶୋଧନ ନିୟମ ଅନୁଯାୟୀ ସରକାରଙ୍କ ବିଭିନ୍ନ ଗୁଇନ୍ଦା ବିଭାଗ କିମ୍ବା ସୁରକ୍ଷା ବାହିନୀରେ କାର୍ଯ୍ୟ କରିଥିବା ଅଧିକାରୀମାନେ କୌଣସି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିପାରିବେ ନାହିଁ। କୌଣସି ତଥ୍ୟ ଗଣମାଧ୍ୟମ କିମ୍ବା ସର୍ବସାଧାରଣରେ ପ୍ରକାଶ କରିବାକୁ ହେଲେ ଉକ୍ତ ଅଧିକାରୀଙ୍କୁ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷକରି ଗୁଇନ୍ଦା ଓ ସୁରକ୍ଷା ବାହିନୀରେ କାର୍ଯ୍ୟକରି ଅବସର ନେବା ପରେ ବିଭିନ୍ନ ଅଧିକାରୀ ଅନେକ ସମୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରୁଛନ୍ତି। ଯାହା ଅନେକ ସମୟରେ ସରକାର କିମ୍ବା ସମ୍ପୃକ୍ତ ବିଭାଗକୁ ଅଡୁଆରେ ପକାଉଛି। ତେଣୁ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ।

କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ଯେଉଁସବୁ ବିଭାଗଗୁଡିକ କାର୍ଯ୍ୟ ଲାଗି କାର୍ଯ୍ୟକାରୀ ହେବ ସେଗୁଡିକ ହେଲା ର’, ଆଇବି, ଡିଆରଆଇ, ସିଇଆଇବି, ଇଡି, ଏନସିବି, ଏଆରସି, ସ୍ପେସାଲ ଫ୍ରଣ୍ଟିୟର ଫୋର୍ସ, ବିଏସଏଫ୍‌, ସିଆରପିଏଫ, ଆଇଟିବିପି, ସିଆଇଏସ୍‌ଏଫ୍‌, ଏନଏସଜି, ଆସାମ ରାଇଫଲ, ଏସଏସବି, ଡିଜି ଆୟକର, ଏନଟିଆରଓ, ଏଫଆଇୟୁ, ଏସ୍‌ପିଜି, ଡିଆରଡିଓ, ବିଆରଡିଓ, ଏନଏସସି, ସିବିଆଇ, ଏନ୍ଆଇଏ ଏବଂ ନାଟଗ୍ରୀଡ। ନୂଆ ନିୟମ କେନ୍ଦ୍ରୀୟ ଲୋକ ସେବା (ପେନସନ୍‌) ସଂଶୋଧନ ନିୟମ ୨୦୨୦ର ଅଂଶ ବିଶେଷ। ସଂଶୋଧନ ନିୟମ ସମ୍ପର୍କରେ ୩୧ ମେ ୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories