www.samajalive.in
Monday, December 8, 2025
20.1 C
Bhubaneswar

ଗୁଣ୍ଡିଚାପୁର ୧୦ଦିନ ପାଇଁ ଆବଦ୍ଧ ଅଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ବ୍ଲକର ଦୋରଡ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାପୁର ଗ୍ରାମକୁ ୨୭ ତାରିଖରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଗୁଣ୍ଡିଚାପୁର ଗ୍ରାମର ୫-୬ ଦିନ ପୂର୍ବରୁ କରାଯାଇଥିବା ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷଣରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉକ୍ତ ଗ୍ରାମରେ ଅଧିକ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ୧୦ଦିନ ପାଇଁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଗ୍ରାମରୁ କେହି ବାହାରକୁ ବା ବାହାରୁ କେହି ଗ୍ରାମ ମଧ୍ୟକୁ ନଆସିବା ଲାଗି ବାରଣ କରାଯାଇଛି।

ଏଥି ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଯେ ଉକ୍ତ ଗ୍ରାମରେ କୋଭିଡ ଆକ୍ରାନ୍ତ ୨ଜଣଙ୍କର ଏହି ମାସକ ମଧ୍ୟରେ ମୃତ୍ୟୁ ହୋଇଛି। ଗ୍ରାମର ସମସ୍ତ ପ୍ରବେଶ ପଥରେ ବାଉଁଶ ବାଡ ଦିଆଯିବା ସହ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଗ୍ରାମ ମଧ୍ୟକୁ ଯିବା ଆସିବା ବନ୍ଦ କରିବା ଲାଗି ପଦକ୍ଷେପ ନିଆଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories