www.samajalive.in
Monday, December 8, 2025
27.1 C
Bhubaneswar

ଓଟିଏମ୍‍ ହଇସ୍କୁଲର ହେବ ସ୍ମାର୍ଟ ବିଦ୍ୟାଳୟ

ଚୌଦ୍ୱାର : ଛାତ୍ରଛାତ୍ରୀଙ୍କୁ ଆଧୁନିକ ପଦ୍ଧତିରେ ଉନ୍ନତ ଶିକ୍ଷାଦାନ ଓ ସେମାନଙ୍କୁ ଅନୁକୁଳ ପରିବେଶ ଯୋଗାଇ ଦେବା ଲକ୍ଷରେ କେତେକ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟ କରିବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଚୌଦ୍ୱାରସ୍ଥିତ ଓଟିଏମ୍‍ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିପାଇଁ ଶନିବାରଦିନ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ଏକ ଟିମ୍‍ ସହିତ ଓଟିଏମ୍‍ ହାଇସ୍କୁଲ ପରିଦର୍ଶନ କରି ଏହାର ଭିତ୍ତିଭୂମି ଅନୁଧ୍ୟାନ କରି ଯାଇଛନ୍ତି। ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ଓ ଆଧୁନିକରଣ କରାଯିବା ସହ ଏଠାରେ ସ୍ମାର୍ଟ କ୍ଲାସରୁମ୍‍, ସ୍ମାର୍ଟ ଲାଇବ୍ରେରୀ, ଲାବୋରେଟରୀ, ଇକୋ କ୍ଲବ୍‍, ଇକୋ ଗାର୍ଡେନ୍‍ ଆଦି ନିର୍ମାଣ ଓ ଡିଜିଟାଲ ପଦ୍ଧତିରେ ଶିକ୍ଷାଦାନ ବ୍ୟବସ୍ଥା ରହିବବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ପକ୍କା କରାଯିବା ସହ ଓଟିଏମ୍‍ ପରିବା ବଜାରରୁ ବାହାରି ଓଟିଏମ୍‍ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା କରାଯିବା ମଧ୍ୟ ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡ଼ିଛି। ଟିମ୍‍ ସଦସ୍ୟ ଭାବେ ଉପ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ସେନାପତି, ଚୌଦ୍ୱାର ପୌରନିର୍ବାହୀ ଅଧିକାରୀ ପବିତ୍ର ବେହେରା, ଟାଙ୍ଗୀ-ଚୌଦ୍ୱାର ବିଇଓ ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ ଜିଲାପାଳଙ୍କ ସମେତ ଟିମ୍‍ର ଅଧିକାରୀ ମାନଙ୍କୁ ବିଦ୍ୟାଳୟର ବୁଲାଇ ଦେଖାଇବା ସହିତ ବିଦ୍ୟାଳୟର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories