www.samajalive.in
Monday, December 8, 2025
20.1 C
Bhubaneswar

କଫ୍‍ ସିରପ ଜାଲରେ ‘ବଲାଙ୍ଗିର’ : ୧୪ ହଜାର ବୋତଲ ଜବତ, ୨ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଗତ କିଛି ବର୍ଷ ହେଲା ବେଆଇନ୍‍ କଫ୍‍ ସିରପ କାରବାର ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ବଲାଙ୍ଗିରର କଫ୍‍ ସିରପ ମାଫିଆମାନେ ଜେଲରେ ଥିବା ବେଳେ ଜିଲାର ସୀମାନ୍ତ ତୁରେକେଲା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ବିପୁଳ ପରିମାଣର କଫ୍‍ ସିରପ୍‍ ଜବତ ହେବା ତାଜୁବ କରିଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ରାଜ୍ୟ ବାହାରର ପଞ୍ଜୀକୃତ ହୋଇଥିବା ଏକ ଟ୍ରକକୁ ଜବତ କରିଛି। ତେବେ ଏତେ ପରିମାଣର କଫ୍‍ ସିରପ କେଉଁଠିକୁ ଚାଲାଣ ହେଉଥିଲା ଓ ଏହି କାରବାର ପଛରେ ସର୍ଦ୍ଦାର କିଏ ତାହା ଖୋଳତାଡ କରୁଛି ପୁଲିସ।
ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା କଲେଜ ନିକଟରେ ବିପୁଳ ପରିମାଣର କଫ୍‍ ସିରପ ରହିଥିବା ପୁଲିସ ପେଟ୍ରୋଲିଂ କରୁଥିବା ଡି.ଡୁଙ୍ଗଡୁଙ୍ଗ ସୂଚନା ପାଇଥିଲେ। ସଦଳବଳ ଶ୍ରୀ ଡୁଙ୍ଗଡୁଙ୍ଗ ଓ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ଶୁକ୍ରବାର ରାତିରେ କଲେଜ ନିକଟରେ ଚଢଉ କରାଯାଇଥିଲା। କର୍ଣ୍ଣାଟକ ନମ୍ବର ଥିବା ଏକ ଟ୍ରକ ତଲାସି କରିବା ବେଳେ ୧୪ ହଜାର ୪ଶହ ବୋତଲ(ଶହେ ଏମ୍‍ଏଲ୍‍) ବୋତଲ କଫ୍‍ ସିରପ ସହ ଟ୍ରକକୁ ଜବତ କରିଥିଲେ। ଏଥିସହିତ ନିଶା ବଟିକା ସହ ୧୩ ହଜାର ୫ଶହ ଟଙ୍କା, ୩ଟି ମୋବାଇଲ୍‍ ଜବତ କରିଥିଲେ। ବେଆଇନ୍‍ ଭାବେ କଫ ସିରପ ଚୋରା ଚାଲାଣ କାରବାରରେ ଗିରଫ ୨ଜଣ ଅଭିଯୁକ୍ତ ହେଲେ ନୂଆପଡ଼ା ଜିଲା ଉଦ୍ୟାନବନ୍ଧର ନରେଶ କୁମାର ଅହିର(୨୬) ଓ କର୍ଣ୍ଣାଟକ ରାଜ୍ୟ ମାଣ୍ଡ୍ୟା ଜିଲା ଚୁଞ୍ଚାନାହାଲି ପ୍ଲାୟାର ଗୁରୁ ରାଜ(୨୫) ବୋଲି ଜଣାପଡିଛି। ଏନେଇ ଶନିବାର ବଲାଙ୍ଗିର ଜିଲା ପୁଲିସ ମୁଖ୍ୟାଳୟରେ ଏସ୍‍ପି ନୀତିନ କୁଶଲକର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି।

ଜିଲାର ସବୁଠାରୁ ବଡ କଫ୍‍ ସିରପ କାରବାର ତୁରେକେଲା ପୁଲିସ ଠାବ କରିଥିବା ବେଳେ ଏହା ପୂର୍ବରୁ ଟାଉନ୍‍ ଥାନା ପୁଲିସ ଗୋଡେଇ ଗୋଡେଇ ନିଶା ମାଫିଆ ଦଳକୁ ଗିରଫ କରିଥିଲେ। ପ୍ରାୟ ୫ହଜାର ବୋତଲ କଫ୍‍ ସିରଫ ଜବତ କରାଯାଇଥିଲା। ଏହି କାରବାରରେ ସାମିଲ ଥିବା କୁଖ୍ୟାତ ନିଶା ମାଫିଆଙ୍କ ସହ ୫ ଜଣଙ୍କୁ ୨ ବର୍ଷ ତଳେ ଗିରଫ କରାଯାଇଥିଲା। ନିକଟରେ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପାଖରେ ଖପ୍ରାଖୋଲ ପୁଲିସ ମଧ୍ୟ ବଡ ଧରଣର କଫ୍‍ ସିରପ କାରବାର ଧରିଥିବା ବେଳେ ୧୪ହଜାର ୪ଶହ ବୋତଲ କଫସିରପ(୯୦ ପେଟି) କେଉଁଠିକୁ ଚାଲାଣ ହେଉଥିଲା ଓ ଏହା ପଛରେ କିଏ ରହିଛି ତାହା ଖୋଳତାଡ ଚାଲିଛି। ସେମାନେ ବ୍ୟବହା କରୁଥିବା ମୋବାଇଲ୍‍କୁ କେଉଁଠି କଲ୍‍ ଆସିଥିଲା ଓ ସେମାନେ କାହାକୁ ଯୋଗାଯୋଗ କରିଥିଲେ ତାର ତଥ୍ୟ ନିଆଯାଇଛି। ସେହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‍ପି ଶ୍ରୀ କୁଶଲକର କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories