www.samajalive.in
Monday, December 8, 2025
20.1 C
Bhubaneswar

ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ କୋଭିଡ୍ ଟିକା ଲାଗି ସ୍ୱତନ୍ତ୍ର ଶିବିର

ରାଉରକେଲା : ରାଉରକେଲା ସହରରେ ଥିବା ୧୮-୪୪ ବର୍ଷ ବର୍ଗର ଭିନ୍ନକ୍ଷମ ମାନଙ୍କୁ କୋଭିଡ୍ ଟିକାଦାନ ଲାଗି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଏନେଇ ଆସନ୍ତା ୩୦ ତାରିଖ, ରବିବାର ଦିନ ଟିକାକରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେଣୁ ଏହି ବର୍ଗର ହିତାଧିକାରୀମାନେ ଆଧାର କାର୍ଡ ଏବଂ ଭିନ୍ନକ୍ଷମ ପ୍ରମାଣପତ୍ର ଧରି ସିଧାସଳଖ ନିକଟସ୍ଥ କେନ୍ଦ୍ରକୁ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬ଟି କେନ୍ଦ୍ରରେ ସେମାନଙ୍କୁ ଟିକା ଦିଆଯିବ। ଏହି କେନ୍ଦ୍ରଗୁଡ଼ିକ ହେଲା – ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ), ଆଇଜିଏଚର ନେହେରୁ ଓପିଡି, ବନ୍ଧମୁଣ୍ଡା ତିଲକାନଗରସ୍ଥିତ ୟୁପିଏଚସି, ବାସନ୍ତୀ କଲୋନୀ ଡିଏଲ୍ ଛକସ୍ଥିତ ଡିଏଭିଏମଏସି ୟୁପିଏଚସି, ଧାମରା ବସ୍ତି ନିକଟ ଛେଣ୍ଡ କଲୋନୀ ୟୁପିଏଚସି ଏବଂ କୋଏଲ ନଗର ୟୁପିଏଚସି।

- Advertisement -

ଏଥିପାଇଁ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ପଞ୍ଜୀକରଣ ବା ଆଗୁଆ ସ୍ଲଟ୍ ବୁକିଂ କରିବାର ଆବଶ୍ୟକତା ନାହିଁ। ସେମାନେ ଟିକାଦାନ କେନ୍ଦ୍ରକୁ ସିଧାସଳଖ ଆସି ସେଠାରେ ପଞ୍ଜୀକରଣ କରି ଟିକା ନେବେ।

ଟିକାଦାନ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ସୁବିଧା ପାଇଁ ପିଇବା ପାଣି ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ହିତାଧିକାରୀମାନେ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories