www.samajalive.in
Monday, December 8, 2025
17.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ବିଭାଗରେ ପଦବୀ ଖାଲି, ଅଧାରେ ଅଟକିଛି ଉନ୍ନତିମୂଳକ କାମ

ମୋହନା: ଗଜପତି ଜିଲ୍ଲାର ବହୁ ଅଞ୍ଚଳ ଦୁର୍ଗାମାଞ୍ଚଳ ହୋଇଥିବାରୁ ଏଠାକାର ଉନ୍ନତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗାଁ ଗୁଡ଼ିକର ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ବିଜୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ଏହି କାର୍ୟ୍ୟାଳୟରେ କିଛି କର୍ମଚାରୀ ପଦବୀ ବହୁ ଦିନ ହେଲା ଖାଲି ପଡ଼ିଛି । ଦୀର୍ଘ ଦିନ ହେଲା ଜଣେ କର୍ମଚାରୀ ଦୁଇରୁ ତିନୋଟି ପଦବୀରେ ରହିଛନ୍ତି। ଯାହାଫଳରେ ଉନ୍ନତିମୂଳକ କାମଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିରହୁଛି । ମୋହନା ନିର୍ବାହୀଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଜଡିତ ଥିବା ଆର.ଉଦୟଗିରି, ଚନ୍ଦ୍ରଗିରି, ମୋହନା ଆଦି କାର୍ୟ୍ୟାଳୟଗୁଡ଼ିକର ଯନ୍ତ୍ରୀମାନେ ହିଁ ସହକାରୀ ଯନ୍ତ୍ରୀ ପଦବୀରେ ରହୁଛନ୍ତି ।

ମୋହନାରେ ସହକାରୀ ଯନ୍ତ୍ରୀ ପଦବୀ ବହୁ ଦିନ ହେଲା ଖାଲି ପଡିଥିବା ବେଳେ ଅଡବା ଦାୟିତ୍ଵରେ ରହିଥିବା କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ସାହୁ ରହିଛନ୍ତି ଦୁଇଟି ଦାୟିତ୍ୱରେ । ଚନ୍ଦ୍ରଗିରି ଓ ମୋହନାର ସହକାରୀ ଯନ୍ତ୍ରୀ ଭାବେ ରହି ସେ ନିଜେ କାମକରାଇ ନିଜେ ବିଲ କରୁଛନ୍ତି। ଯାହାଫଳରେ ଠିକାଦାରମାନେ ପ୍ରତିବାଦ କରୁଛନ୍ତି। ସେହିପରି ଆର. ଉଦୟଗିରିରେ ପୂର୍ବରୁ ରହିଥିବା ସହକାରୀ ଯନ୍ତ୍ରୀଙ୍କ କରୋନାରେ ମୃତ୍ୟୁ ଘଟିବାପରେ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜିବ କୁମାର ରଥ ରହିଛନ୍ତି । ତିନୋଟି ପଦବୀରେ ନୂଆଗଡ ଏବଂ ଆର.ଉଦୟଗିରିରେ ୨ଟି ପଦବୀରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି। ଯାହାଫଳରେ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର କାମଗୁଡ଼ିକ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଓ ଠିକାଦାରମାନେ ଅଭିଯୋଗ କରୁଛନ୍ତି। ବିଲ ଗୁଡିକ ବର୍ଷ ବର୍ଷ ଧରି ପଡ଼ି ରହୁଛି । ଯାହାରିଫଳରେ ଠିକାଦାରମାନେ ମୋହନା ନିର୍ବାହୀଯନ୍ତ୍ରୀଙ୍କ କାର୍ୟ୍ୟାଳୟର ତିନୋଟି ଡିଭିଜନରେ କାମ କରିବା ପାଇଁ ମନ ଉଣା କରୁଛନ୍ତି । ଡିଭିଜନରେ ଉନ୍ନତିମୂଳକ କାମ ଅଧାରେ ଅଟକି ରହିଛି। ତେଣୁ ତୁରନ୍ତ ଖାଲି ପଦବୀ ଗୁଡିକୁ ପୂରଣ କରିବା ସହ ଅଞ୍ଚଳରେ ଅଧପନ୍ତରିଆ ହୋଇ ଅଟକି ରହିଥିବା କାମ ଗୁଡିକୁ ତୁରନ୍ତ ଶେଷ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories