www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଦିନକରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ; ଅନୁଗୁଳରୁ ସର୍ବାଧିକ ୭୮୮

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ କିଛିଦିନ ଧରି ୧୦ହଜାର ଉପରେ ରହୁଥିବା ଦୈନିକ କରୋନା ସଂକ୍ରମଣ ସ୍ତର ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬କୁ ହ୍ରାସପାଇଛି। ସବୁଠାରୁ ବଡ କଥା ହେଉଛି ପ୍ରତିଦିନ ଖୋର୍ଦ୍ଧା ଏବଂ କଟକ ଜିଲାରୁ ବହୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ କରାଯାଉଥିବାବେଳେ ସେହି ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ ଯଥେଷ୍ଟ ହ୍ରାସପାଇଛି। ଦିନକରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୩୭୭୪ ଏବଂ ସ୍ଥାନୀୟ ସଂକ୍ରମିତ ୨୯୬୨ ଜଣ ରହିଥିବା ଜଣାଯାଇଛି। ଗୋଟିଏ ଦିନରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ସର୍ବାଧିକ ୭୮୮ ଜଣ ରହିଥିବା ଜଣାଯାଇଛି। ଏଥିସହିତ ବାଲେଶ୍ୱରରୁ ୭୧, ବରଗଡ ୪୦୫, ଭଦ୍ରକ ୨୦୬, ବଲାଙ୍ଗୀର ୧୪୪, ବଉଦ ୨୬୨, କଟକ ୩୬୨, ଦେବଗଡ ୬୪. ଢେଙ୍କାନାଳ ୧୭୮, ଗଜପତି ୮୦ ଏବଂ ଗଞ୍ଜାମ ଜିଲାରୁ ୧୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟର ଜଗତସିଂହପୁରରୁ ୧୦୬, ଯାଜପୁର ୩୭୪, ଝାରସୁଗୁଡା ୧୨୦, କଳାହାଣ୍ଡି ୨୪୧, କନ୍ଧମାଳ ୮୫, କେନ୍ଦ୍ରାପଡା ୨୪, େଁଖାର୍ଦ୍ଧା ୫୧୭, କୋରାପୁଟ ୨୧୯, ମାଲକାନଗିରି ୯୮, ମୟୁରଭଞ୍ଜ ୩୪, ନବରଙ୍ଗପୁର ୨୮୨, ନୟାଗଡ ୨୦୭, ନୂଆପଡା ୪୮, ପୁରୀ ୨୬୫, ରାୟଗଡା ୧୨୩, ସମ୍ବଲପୁର ୩୦୯, ସୋନପୁର ୮୨, ସୁନ୍ଦରଗଡ ୭୨୦ ଏବଂ ଷ୍ଟେଟପୁଲରୁ ୧୦୨ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ କରୋନାରୁ ଆଉ ୧୦୬୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧୫୫୨୯୮୫ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୭୩୨୭୩୯ ଜଣଙ୍କୁ ସଂକ୍ରମିତ ଚିହ୍ନଟ କରାଯାଇଥିଲା। ସେହି ସଂକ୍ରମିତଙ୍କ ମଧ୍ୟରୁ ୬୨୩୬୨୮ ଜଣ ସୁସ୍ଥ ହୋଇସାରିଛନ୍ତି। ଫଳରେ ରାଜ୍ୟରେ ସଂପ୍ରତି୧୦୬୪୪୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories