www.samajalive.in
Monday, December 8, 2025
27.1 C
Bhubaneswar

ଟୁଲ ଗୋଟାଇବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଲେ ମହିଳା, ଅବସ୍ଥା ଗୁରୁତର

ତେଲକୋଇ: ଜଙ୍ଗଲକୁ ଟୁଲ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଲେ ମହିଳା। ଘଟଣା ଘଟିିଛି ତେଲକୋଇ ବନାଞ୍ଚଳ ଅଧିନ ରାଇସୁଆଁ ପଞ୍ଚାୟତ ତାଳଦମକା ଜଙ୍ଗଲରେ। ଗୁରୁତର ମହିଳା ଜଣକ ହେଲେ ରାଇସୁଆଁ ଗ୍ରାମର ପାଣ୍ଡବ ମହାନ୍ତଙ୍କ ସ୍ତ୍ରୀ ପୂର୍ଣ୍ଣିମା ମହାନ୍ତ(୪୩)। ସୂଚନା ଅନୁଯାୟୀ ବୁଧବାର ଦ୍ବିପ୍ରହର ସମୟରେ ସ୍ବାମୀ ସ୍ତ୍ରୀ ଟୁଲ ଗୋଟାଇବାକୁ ମାର୍ଦ୍ଦା ଗ୍ରାମର ମହ୍ଲାରବେଡା ତାଳଦମକା ଜଙ୍ଗଲକୁ ଯାଇଥିଲେ। ସେଠାରେ ସେମାନେ ଏକ ଦନ୍ତା ହାତୀ ସହ ମୁହାଁମୁହିଁ ହୋଇଯିବାରୁ ହାତୀ ପୂର୍ଣ୍ଣିମାଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା।

ପୂର୍ଣ୍ଣିମା ବୁଦା ମୂଳରେ ଥିବା ଖାଲ ଜାଗାରେ ପଡିଯାଇଥିଲେ। ହାତୀ ପୂର୍ଣ୍ଣିମାଙ୍କୁ ଦେଖି ନପାରି ବହୁତ ଖୋଜା ଖୋଜି ପରେ ନପାଇ ସେ ସ୍ଥାନକୁ ମାଡି ଦଳି ସେ ଜାଗାରେ ଜଗି ରହିଥିଲା। ମହିଳାଙ୍କୁ ତାଙ୍କ ସ୍ବାମୀ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ପ୍ରଥମେ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories