www.samajalive.in
Sunday, December 7, 2025
15.1 C
Bhubaneswar

ଛାଡିଲା ବାତ୍ୟା, ବଢିଲା ଦୁର୍ଦଶା

ଆରଡି: ବାତ୍ୟା ୟସ ଗତ ମଙ୍ଗଳବାର ଅପରାହ୍ଣରୁ ବୁଧବାର ସଂଧ୍ୟା ତାର ତାଣ୍ଡବ ରଚିବା ପରେ ଭଦ୍ରକ ଜିଳାର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ତେନ୍ତୁଲିଡିହ ଆଦି ଅଞ୍ଚଳ ଅତିକ୍ରମ କରିଛି। ଏହାପରେ ବଢିଛି ବାତ୍ୟା ବିପନ୍ନଙ୍କ ଦୁର୍ଦଶା, କେଉଁଠି ଛପର ଘର ମାଟିରେ ଲୋଟିଛି ତ ଆଉ କେଉଁଠି ବଡବଡ ଗଛ ଉପୁଡି ପଡିବାରୁ ଧରାଶ୍ରାୟୀ ହୋଇଛି ଛପର ଘର। ବାତ୍ୟା ସମୟରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରି ସରକାର ବାତ୍ୟା ଅଞ୍ଚଳରେ ନିୟୋଜିତ କରିଥିବା ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଯୁଦ୍ଧକାଳିନ ଭିତରେ ସମସ୍ତ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଉପୁଡି ପଡିଥିବା ବିଦ୍ୟୁତଖୁଣ୍ଟିର ମରାମତି ଖୁବଶିଘ୍ର କରାଯିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏ ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ୧୨୦ ବେଗରେ ବହିବା ସହ ଅବିଶ୍ରାନ୍ତ ବର୍ଷା ହୋଇଥିଲା। ବିଶେଷକରି ବାତ୍ୟା ୟସ ଓ ପୂର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଛି ଧାମରା ସମୁଦ୍ରମୁହାଣ ଉଚ୍ଚ ଜୁଆର ଉଠିଥିଲା।


ଗତ ମଙ୍ଗଳବାର ଠାରୁ ପବନ ବହିବା ସାଙ୍ଗକୁ ବର୍ଷା ଓ ଲୁଣାଜୁଆର ପାଣି ଦୁର୍ବିସହ କରିଛି ବାତ୍ୟା ବିପନ୍ନଙ୍କୁ। ଏପରିକି ଆରଡି ନିକଟସ୍ଥ ମୁଆଁ ଠାରେ ବିପନ୍ନ ଆଶ୍ରୟ ନେଇଥିବା ବାତ୍ୟା ଆଶ୍ରୟସ୍ଥଳି ଓ ସୁନ୍ଦରପୁ ବାତ୍ୟା ଆଶ୍ରୟସ୍ଥଳୀ ସମୁଖରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ଲୁଣାପାଣି। ମଙ୍ଗଳବାର ଠାରୁ ବାତ୍ୟା ଭୟରେ ଆସି ଆଶ୍ରୟ ନେଇଥିବା ଲୋକ, ଗର୍ଭବତୀ ମହିଳା, ଛୋଟପିଲା ପାଣି ପଶିବା ଭୟରେ ଭୟଭିତ ହୋଇପଡିଛନ୍ତି। ତେବେ ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି ବୋଲି ଆରଡି ରାଜସ୍ବ ନୀରିକ୍ଷକ ଦେବାଶିଷ ରାୟ ପ୍ରକାଶ କରିଛନ୍ତି।

- Advertisement -


ସେହିପରି ଲୁଣାପାଣି ପ୍ରବାହିତ ହେବାରୁ ଆଖଣ୍ଡଳମଣିପ ତିହିଡିପ ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଶ୍ରମଛକ ନିକଟରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ଲୁଣାପାଣି। ଫଳରେ ନାନ୍ଦପୁର, ଭୂଇଁପୁର, ପାଲଟପୁର ଆଦି ୧୫ଗୋଟି ଗାଁକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ତାହାସହ ଶୀତଳପୁର ଓ ପାଲଟପୁରରେ ଗତ ୨ଦିନ ହେଲା ଘର ଆଗରେ ଲହଡି ଭାଙ୍ଗୁଛି ଲୁଣାଢେଉ। ସମସ୍ତ ଅଞ୍ଚଳରେ ଥିବା ଶହଶହ ଏକର କ୍ଷତରେ ଏବେ ଲୁଣାପାଣି ୨ରୁ୩ଫୁଟ ଉଚ୍ଚରେ ଲହଡି ଖେଳୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories