www.samajalive.in
Tuesday, December 9, 2025
16.1 C
Bhubaneswar

ଘରୋଇ କ୍ଲିନିକରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା କୋଠା ଘର ଓ କର୍ମଚାରୀ

ସମ୍ବଲପୁର: ରବିବାର ବିଳମ୍ବିତ ରାତ୍ରିରେ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ରହିଥିବା ଦୀପ ଘରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ରହିଥିବା ଏକ ଘରୋଇ କ୍ଲିନିକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଅଇଁଠାପାଲି ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଏକ ତିନି ମହଲା କୋଠାର ତଳ ମହଲାରେ ରହିଥିବା ଏକ ଘରୋଇ କ୍ଲିନକରେ ଲାଗିଥିବା ଇନଭଟରରୁ ଅଗ୍ନିସ୍ପୁଲିଙ୍ଗ ବାହାରି ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି କୋଠାର ଉପର ଦୁଇ ମହଲାରେ ଏକ ଘରୋଇ ବ୍ୟାଙ୍କ କାର୍ଯ୍ୟରତ ରହିଥିବା ବେଳେ ତଳ ମହଲାର ସମ୍ମୁଖ ଭାଗରେ ଏକ ବେସରକାରୀ କପଡା ଦୋକାନ ଓ ପଛ ପାର୍ଶ୍ବରେ ଏହି ଘରୋଇ କ୍ଲିନିକ ଟି ରହିଛି। ଅଗ୍ନିକାଣ୍ଡ ସମୟରେ କ୍ଲିନିକ ମଧ୍ୟରେ ତାହା କେହି ଦେଖି ନ ପାରିବାରୁ ଅଚାନକ ନିଆଁ ବ୍ୟାପି ଯାଇଥିଲା। ନିଆଁ ଦ୍ରୁତଗତିରେ ବ୍ୟାପି ଯାଇ କ୍ଲିନିକ ମଧ୍ୟରେ ଥିବା ସିଲିଂରେ ଲାଗିଯାଇଥିଲା। ସିଲିଂରେ ନିଆଁ ଲାଗିବା ପରେ କ୍ଲିନିକ ମଧ୍ୟରେ ଚାହୁଁ ଚାହୁଁ ବ୍ୟାପି ଯାଇଥିଲା। କ୍ଲିନିକ ମଧ୍ୟରେ ରହିଥିବା ଫୋମ, ସୋଫା, ଚିକିତ୍ସା ପାଇଁ ରଖାଯାଇଥିବା କ୍ୟାମିକାଲ ଗୁଡିକ ଅତ୍ୟନ୍ତ ଜ୍ୱଳନଶୀଳ ପଦାର୍ଥ ହୋଇଥିବାରୁ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ପଡିଥିଲା।

- Advertisement -

ଘଟଣା ସର୍ମ୍ପକରେ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଦିନ ପ୍ରାୟ ୧୨ ଟା ୫ ସମୟରେ ଆମକୁ ଖବର ଆସିଥିଲା। ଖବର ଦେବା ବ୍ୟକ୍ତି ଘରୋଇ କ୍ଲିନିକର ଇନଭଟରର ବ୍ୟାଟେରୀରୁ ଧୁଆଁ ବାହାରୁଥିବା ନେଇ ଖବର ଦେଇଥିଲେ। ଫଳରେ ତୁରନ୍ତ ଆମର ଗୋଟିଏ ଗାଡି ଆସି ଦେଖିଲା ବେଳକୁ ନିଆଁ ଚାରିଆଡେ ବ୍ୟାପି ସାରିଥିଲା। କ୍ଲିନିକ ମଧ୍ୟରେ ରହିଥିବା ବିଭିନ୍ନ ଆସବାପତ୍ରରେ ନିଆଁ ଜୋରରେ ଧରିଥିବାରୁ ଝରକା ଗୁଡିକ ଦେଇ ବାହାରକୁ ଅଗ୍ନି ସ୍ପୁଲିଙ୍ଗ ଗୁଡିକ ବାହାରୁଥିଲା ଏବଂ ଚାରି ପଟରେ ଧୁଆଁ ଭରି ଯାଇଥିଲା। ଏଣୁ ତୁରନ୍ତ ୧୫ ଜଣିଆ ଦଳ ସମେତ ୩ଟି ଦମକଳ ଗାଡି ଘଟଣାସ୍ଥଳକୁ ପହୁଞ୍ôଚ ପ୍ରାୟ ୩ ଘଣ୍ଟାର କଷ୍ଟକର ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଅପର ପକ୍ଷରେ ଉପ ମହଲାରେ ରହିଥିବା ବ୍ୟାଙ୍କର ୧୦ ରୁ ଉର୍ଦ୍ଧ କର୍ମଚାରୀ ମାନେ ଧୁଆଁ ଯୋଗୁଁ ତଳକୁ ଓହ୍ଲାଇ ନ ପାରି ଛାତ ଉପରକୁ ଯାଇ ଆଶ୍ରୟ ନେଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅମ୍ଲଜାନ ମାସ୍କ ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। କ୍ଲିନିକର ପରାମର୍ଶକ ଓ ଅନ୍ୟ ମାନେ ନିଆଁ ଆରମ୍ଭ ହେବା ସମୟରୁ ବାହାରକୁ ବାହାରି ଆସିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି ବୋଲି ଅଧିକାରୀ ବିଶ୍ୱାଳ କହିଛନ୍ତି। ତେବେ ଏହି କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଅଗ୍ନିଶମ ଗାଡି ଗୁଡିକ ମୁଖ୍ୟ ରାସ୍ତା ଉପରେ ରହିବାକୁ ବାଧ୍ୟ ହୋଇଥିଲା। ଏଣୁ ନିଆଁକୁ ଆୟତ୍ତ କରିବାରେ କିଛିଟା ବିଳମ୍ବ ହୋଇଥିଲା। ଯଦି ଠିକଣା ସମୟରେ ଅଗ୍ନିଶମ ଦଳ ନ ପହୁଞ୍ôଚଥାନ୍ତେ ତାହା ହେଲେ ସମ୍ପୁର୍ଣ୍ଣ କୋଠାରେ ନିଆଁ ବ୍ୟାପି ଯାଇଥାନ୍ତା। ଏହି କୋଠାର ସନ୍ନିକଟରେ ଅନ୍ୟ ବଡ ବଡ କୋଠା ଗୁଡିକ ଖୁନ୍ଦି ଖୁନ୍ଦି ହୋଇ ରହିଥିବାରୁ ସ୍ଥିତ ଅତି ଭୟଙ୍କର ହୋଇ ପଡିଥାନ୍ତା ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories