www.samajalive.in
Wednesday, December 10, 2025
18.1 C
Bhubaneswar

ନଦୀକୂଳ ୮ ପଞ୍ଚାୟତରେ ପ୍ରାଣୀ ସଂପଦ ବିପର୍ଯ୍ୟସ୍ତ: କଖଡି, ବ୍ରହ୍ମପୁର ପ୍ରାଣୀଧନ ସହାୟକ କେନ୍ଦ୍ରରେ ସ୍ଥାୟୀ ନିଯୁକ୍ତି କେବେ?

ଗୁରୁଡିଝାଟିଆ: ନଦୀକୂଳ ୮ପଞ୍ଚାୟତରେ ପ୍ରାଣୀ ସଂପଦ ବିପର୍ଯ୍ୟସ୍ତ। ସ୍ଥାୟୀ ଭାବରେ ପ୍ରାଣୀଧନ ନିରୀକ୍ଷକ ଦୀର୍ଘଦିନ ହେଲା ନିଯୁକ୍ତି ପାଇନାହାନ୍ତି। ଗୁରୁଡିଝାଟିଆ ପ୍ରାଣୀ ଚିକତ୍ସାଳୟ ଅଧିନସ୍ଥ କୁମାରପୁର ପ୍ରାଣୀଧନ ନିରୀକ୍ଷକ କଖଡି-ବ୍ରହ୍ମପୁର ପ୍ରାଣୀଧନ ନିରୀକ୍ଷକ ଭାବରେ କାର୍ଯ୍ୟ ତୁଲାଉଛନ୍ତି। କେବଳ ସେତିକି ନୁହେଁ ଉକ୍ତ ପ୍ରାଣୀଧନ ନିରୀକ୍ଷକ ଜଣକ କୁମାରପୁର, କଖଡି-ବ୍ରହ୍ମପୁର, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମଧ୍ୟ ରହିଛନ୍ତି।ଯାହାଫଳରେ କି ଜଣେ ଅଧିକାରୀଙ୍କ ନିକଟରେ ଏତେଗୁଡିଏ ଦାୟିତ୍ୱ ସଂପାଦନ କରିବା ମଧ୍ୟ ଦୁରୂହ ବ୍ୟାପାର। ତଥାପି ଜଣେ ସଚ୍ଚୋଟ ଅଧିକାରୀ ଭାବରେ ନିଜର କାର୍ଯ୍ୟ ସଂପାଦନ କରୁଛନ୍ତି। ରାଜ୍ୟ ସରକାର କ’ଣ ପାଇଁ ପ୍ରାଣୀଧନ ନିଯୁକ୍ତି ଦେଉନାହାନ୍ତି ତାହା ବୁଝାପଡୁନାହିଁ। କଖଡି-ବ୍ରହ୍ମପୁର ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟଟି ମଞ୍ଚେଶ୍ୱର, କଖଡି, ଘଣ୍ଟିଖାଲ, ମହାକାଳବସ୍ତ, ଧୁରୁଷିଆ, ଅନନ୍ତପୁର, କଟକିଆସାହି, ମେଘା ଆଦି ପଞ୍ଚାୟତର ପ୍ରାଣୀ ସଂପଦର ସୁରକ୍ଷା, ଅଭିବୃଦ୍ଧି ଓ ଟୀକାକରଣ ଆଦି କାର୍ଯ୍ୟ ସଂପାଦନ କରିଥାନ୍ତି। ବିଶେଷତଃ ନଦୀକୂଳ ପଞ୍ଚାୟତ ସମୂହ କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଗୋସଂପଦ ମଧ୍ୟ ଅଧିକମାତ୍ରାରେ ରହିଥାନ୍ତି। ଏଠାରେ ସ୍ଥାୟୀ ଭାବରେ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ନକରିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ।

ପ୍ରକାଶଯୋଗ୍ୟ, ଉକ୍ତ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟଟି ଆଠଗଡ ପ୍ରାଣୀ ଚିକିତ୍ସାଳୟ ଅଧିନସ୍ଥ ଅଟେ। ଆଠଗଡରେ ମୋଟ ୧୨ଟି ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟ ରହିଥିବା ବେଳେ ୧୧ଟିରେ କୌଣସି ଅଧିକାରୀ ନାହାନ୍ତି। ଗୁରୁଡିଝାଟିଆ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ବିଭିନ୍ନ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟରୁ ନିରୀକ୍ଷକମାନଙ୍କୁ ଅସ୍ଥାୟୀ ଭାବରେ ଖାଲିସ୍ଥାନମାନଙ୍କରେ ନିଯୁକ୍ତି ଦିଆଯାଉଛି। ଜଣେ ଅଧିକାରୀ ଏକାଧିକ ସ୍ଥାନରେ ନିଯୁକ୍ତି ନେବା କୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳର ପ୍ରାଣୀଧନ ବିପର୍ଯ୍ୟସ୍ତ ସ୍ଥିତି ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ଅବଗତ କରାଇଥିଲେ। ହେଲେ ସ୍ଥାୟୀ ନିଯୁକ୍ତି ଏପର୍ଯ୍ୟନ୍ତ ହୋଇନାହିଁ। ରାଜ୍ୟ ସରକାର ତଥା କୃଷି ଓ ପ୍ରାଣୀ ସଂପଦ ବିଭାଗ ତୁରନ୍ତ କଖଡି-ବ୍ରହ୍ମପୁର ପ୍ରାଣୀଧନ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories