www.samajalive.in
Thursday, December 11, 2025
23.1 C
Bhubaneswar

ନ୍ୟାୟିକ କର୍ମଚାରୀଙ୍କ ପାଇଁ ଶଯ୍ୟାର ବ୍ୟବସ୍ଥା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ତଥା ଓଡିଶାରେ ଦିନକୁ ଦିନ କରୋନା ମହାମାରୀର ଦ୍ଵିତୀୟ ଲହରୀର କାୟା ବ୍ୟାପୀ ଚାଲିଛି। ଏହି ଦ୍ଵିତୀୟ ଲହରୀରେ ଅନେକ ନ୍ୟାୟିକ କର୍ମଚାରୀ (ଜୁଡିସିୟାଲ) କର୍ମଚାରୀଙ୍କ ଜୀବନ ଦୀପ ମଧ୍ୟ ଲିଭିଯାଉଛି ।
ଏହି ପରିପେକ୍ଷ୍ୟରେ ଅନବରତ କାମ କରୁଥିବା ନ୍ୟାୟିକ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଓଡିଶାର ମାନ୍ୟବର ଉଚ ନ୍ୟାୟଳୟଙ୍କ ଆଦେଶ କ୍ରମେ ଓଡିଶାର ପ୍ରତ୍ୟେକ ଜିଲ୍ଲାର କୋଭିଡ ଡ଼ାକ୍ତରଖାନାରେ ସ୍ଵତନ୍ତ୍ର ଶଯ୍ୟା ସଂରକ୍ଷଣ କରାଯିବାକୁ ଆଦେଶ ହୋଇଛି । ଏହି କୋଭିଡ ଡ଼ାକ୍ତରଖାନାରେ ସ୍ଵତନ୍ତ୍ର ଶଯ୍ୟା ବ୍ୟବସ୍ଥା ପାଇଁ ଓଡିଶାର ମାନ୍ୟବର ଉଚ ନ୍ୟାୟଳୟ ଓଡିଶା ସରକାର ତଥା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ଆଦେଶ ଦେଇଛନ୍ତି ।
ଏହା ବ୍ୟତିତ ଓଡିଶାର ମାନ୍ୟବର ଉଚ ନ୍ୟାୟଳୟଙ୍କ ଆଦେଶ କ୍ରମେ ଜିଲ୍ଲାର କୋଭିଡ ଡ଼ାକ୍ତରଖାନାର ଉପଯୁକ୍ତ କାର୍ଯ୍ୟକାରିତା ଉପରେଦୃଷ୍ଟି ଦେବା ପାଇଁ ମାନ୍ୟବର ଜିଲ୍ଲାଜର୍ଜଙ୍କୁ ନିର୍ଦେଶାବଳି ମଧ୍ୟ ଦିଆଯାଇଅଛି । ଏହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ନବରଙ୍ଗପୁର ଜିଲ୍ଲା କୋଭିଡ ଡ଼ାକ୍ତରଖାନାର ଉପର ମହଲାରେ ନ୍ୟାୟିକ କର୍ମଚାରୀଙ୍କ ପାଇଁ ଏକ ୬ ଶଯ୍ୟା ସଂରକ୍ଷଣ କରାଯାଇଛି। ଏହି କୋଭିଡ ଡ଼ାକ୍ତରଖାନାରେ ସ୍ଵତନ୍ତ୍ର ଶଯ୍ୟା ସଂରକ୍ଷଣ ଫଳରେ ସମସ୍ତ ନ୍ୟାୟିକ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି |

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories