www.samajalive.in
Sunday, December 7, 2025
15.1 C
Bhubaneswar

ଆଣ୍ଟାର୍କଟିକା ବରଫ ଚଟାଣରୁ ଭାଙ୍ଗିଲା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ, ଦିଲ୍ଲୀଠାରୁ ତିନିଗୁଣ ଆକାରରରେ ବଡ

ନ୍ୟୁୟର୍କ: ବରଫାବୃତ ଆଣ୍ଟାର୍କଟିକାରେ ଥିବା ବରଫ ଚଟାଣରୁ ଏକ ବିରାଟ ବରଫଖଣ୍ଡ ଭାଙ୍ଗି ପୃଥକ ହୋଇଯାଇଛି। ଏହାର ଆକାର ପ୍ରାୟ ୪୩୨୦ ବର୍ଗ କିଲୋମିଟର ହେବ। ଉପଗ୍ରହ ଓ ବିମାନଗୁଡିକରୁ ଉତ୍ତୋଳନ କରାଯାଇଥିବା ଚିତ୍ରରୁ ଏହା ଜଣାଯାଇଛି। ଏହା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ ବୋଲି ଏଥିରୁ ଜଣାଯାଇଛି। ଏ-୭୬ ନାମକ ଏହି ବରଫ ଖଣ୍ଡ ଆଣ୍ଟାର୍କଟିକାର ପଶ୍ଚିମ ପାଶ୍ୱର୍ରେ ଥିବା ରୋନେ ବରଫ ଚଟାଣରୁ ଭାଙ୍ଗି ସଂପ୍ରତି ୱେଡେଲ ସାଗରରେ ଭାସୁଥିବା ୟୁରୋପୀୟ ମହାକାଶ ସଂସ୍ଥା କହିଛି। ଏହାଦ୍ୱାରା ସମଗ୍ର ପୃଥିବୀର ଜଳବାୟୁ ଓ ପରିବେଶ ପ୍ରତି ଘୋର ବିପଦ ମାଡିଆସୁଥିବା ଏହା କହିଛି। ଏହି ବରଫ ଖଣ୍ଡର ଆକାର ସ୍ପେନର ଏକ ଦ୍ୱୀପ ମାଜୋର୍କା ଠାରୁ ମଧ୍ୟ ବଡ ଏବଂ ଦିଲ୍ଲୀର ପ୍ରାୟ ତିନିଗୁଣ ଆକାର ହେବ। ଏହାର ଲମ୍ବ ପ୍ରାୟ ୧୭୦ କିଲୋମିଟର। ୟୁରୋପୀୟ ମହାକାଶ ସଂସ୍ଥା କହିଛି, କୋପରନିକସ୍‍ ସେଣ୍ଟିନେଲ-୧ ମିଶନ ଦ୍ୱାରା ଉତ୍ତୋଳନ କରାଯାଇଥିବା ଉପଗ୍ରହ ଚିତ୍ରରୁ ଏହି ବିଶାଳ ବରଫ ଖଣ୍ଡକୁ ଠାବ କରାଯାଇଥିଲା। ଏହା ପୂର୍ବରୁ ଆଣ୍ଟାର୍କଟିକାରୁ ପୃଥକ ହୋଇଥିବା ଏ-୨୩ଏ ବରଫ ଖଣ୍ଡ ମଧ୍ୟ ୱେଡେଲ ସାଗର ଜଳରାଶିରେ ଭାସୁଛି ଏବଂ ଏହାର ଆକାର ପ୍ରାୟ ୩୩୮୦ ବର୍ଗ କିଲୋମିଟର।

ଆଣ୍ଟାର୍କଟିକାରେ ବହୁ ପୁରାତନ ବରଫ ଚଟାଣ ଦ୍ରୁତ ତରଳିବାକୁ ନେଇ ପରିବେଶବିତ୍‍ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ପୃଥିବୀର ଭୂପୃଷ୍ଠ ତୁଳନାରେ ସଂପ୍ରତି ଆଣ୍ଟାର୍କଟିକାର ବରଫ ଚଟାଣ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ପୂର୍ବରୁ ଏହିଭଳି ଅନେକ ବିଶାଳ ବରଫ ଖଣ୍ଡ ମୂଳ ଚଟାଣରୁ ପୃଥକ ହୋଇସାରିଥିବା ସେମାନେ ଦର୍ଶାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories