www.samajalive.in
Tuesday, December 9, 2025
17.1 C
Bhubaneswar

ଦେହରେ ନିଆଁ ଲଗାଇ ମହିଳା ଗୁରୁତ୍ୱର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମପଞ୍ଚାୟତର ଜାମୁନଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ବୁଧବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଜଣେ ମହିଳା ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମହିଳାଙ୍କ ଶରୀର ନିଆଁରେ ପ୍ରାୟ ୯୦% ପୋଡ଼ି ଯାଇଥିବା ବେଳେ ମୁର୍ମୁଶୁ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମହିଳା ଜଣକ ଅବସ୍ଥା ସଂକଟାପନ୍ନ ରହିଛି।

ପରିବାର ଲୋକ କହିବା ଅନୁଯାୟୀ  ସିଦିଆ ପ୍ରଧାନର ସ୍ତ୍ରୀ ଚିନୁ ପ୍ରଧାନ ବୟସ ୫୦ ପାଖାପାଖି,  କିଛିଦିନ ହେବ ମସ୍ତିଷ୍କ ଅସ୍ଥିର ରହୁଥିଲା। ଆଜି ଦିନ ପ୍ରାୟ ୧ ଟା ସମୟରେ ଘରେ କେହି ନଥିବା ବେଳେ ଚିନୁ ଘରେ ଥିବା କିରାସିନିକୁ ଦେହରେ ଢାଳି ହୋଈ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଜଳୁ ଥିବା ଅବସ୍ଥାରେ ଚିନୁ ଘର ନିକଟରେ ଥିବା ପୋଖରୀ ଆଡକୁ ଦୌଡ଼ି ଯାଉଥିବା ସମୟରେ କିଛି ବାଟ ପରେ ରାସ୍ତାରେ ପଡି ଯାଇଥିଲେ।ଗ୍ରାମବାସୀମାନେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories