ନବରଙ୍ଗପୁର: କରୋନା କାରଣରୁ ତାଲାବନ୍ଦ ଘୋଷଣା ଯୋଗୁଁ ନବରଙ୍ଗପୁରର ସମସ୍ତ ସେଲୁନ ବନ୍ଦ୍ ହୋଇଥିବାବେଳେ ବହୁ ଗରୀବ ନାପିତ ପରିବାର ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହି ସମୟରେ ସହାୟତର ହାତ ବଢାଇଛନ୍ତି ନବରଙ୍ଗପୁର ବାରିକ ସମାଜର ସଭାପତି ଏନ୍.ଗଣେଶ (ଗଣି)। ସେ ନବରଙ୍ଗପୁର ସହରର ୨୦ଟି ଗରୀବ ନାପିତ ପରିବାରଙ୍କୁ ନିଜ ଖର୍ଚ୍ଚରେ ଏକ ବସ୍ତା ଲେଖାଏଁ ଚାଉଳ ଓ ଏକ କିଲୋଗ୍ରାମ ଲେଖାଏଁ ଡାଲି ପ୍ରଦାନ କରିଛନ୍ତି। ସେ ନିଜେ ଘରକୁ ଘର ଯାଇ ଏହି ସହାୟତା ପ୍ରଦାନ କରିଥିବାବେଳେ ଆହୁରି ଗରୀବ ପରିବାରକୁ ତାଙ୍କର ନିଜ ସକ୍ଷମ ଅନୁସାରେ ସହାୟତା ଦେବେ ବୋଲି କହିଛନ୍ତି। ତେବେ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।



