www.samajalive.in
Thursday, December 11, 2025
27.1 C
Bhubaneswar

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ

ଲାଞ୍ଜିଗଡ଼ : ମହାମାରୀ କରୋନାର ପ୍ରକୋପ ବଢ଼ି ଚାଲିଥିବାବେଳେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲାପାଳ ଡ. ହର୍ଷଦ ପରାଗ ଗାଭାଲି ଲାଞ୍ଜିଗଡ ବ୍ଲକକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଆଜି ବିଶ୍ୱନାଥପୁରସ୍ଥିତ ପ୍ରସ୍ତାବିତ ମଡେଲ ହାଇସ୍କୁଲ ଗୋପବନ୍ଧୁ ହାଇସ୍କୁଲ ପରିଦର୍ଶନ କରିବା ସହିତ ସ୍କୁଲର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଦୁର୍ଗମ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦେଖି ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ତେନ୍ତୁଳି କିଣା ସଂପର୍କରେ କର୍ମକର୍ତ୍ତା ଓ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳ ବହୁ ପ୍ରତୀକ୍ଷିତ ଆବାସ ନଗର ପରିଦର୍ଶନ କରିବା ଆଜି ଚର୍ଚ୍ଚାର ବିଷୟ ହୋଇଥିଲା। ରାଜ୍ୟରେ ପ୍ରଥମ ଥର କରି ପାହାଡ ଉପରେ ବସବାସ କରୁଥିବା କାନକୁଟ୍ରୁ ଗ୍ରାମପଞ୍ଚାୟତ ବାରଗୁଡା ଗାଁର ୧୬ଟି ଆଦିବାସୀ ପରିବାରଙ୍କୁ ତଳକୁ ଓହ୍ଲାଇ ଆଣି ଦିଆଲବାହାଲିଠାରେ ବ୍ଲକ ପ୍ରଶାସନ ଦ୍ୱାରା ଆବାସନଗର ପରିକଳ୍ପନା କରାଯାଇଛି। ଆଜି ଏହାକୁ ବୁଲି ଦେଖିବା ସହିତ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ସାମିଲ ହୋଇଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories