www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ ପରୀକ୍ଷାରେ ଅବ୍ୟବସ୍ଥା, ବାସୁଦେବପୁର ମେଡିକାଲରେ କର୍ମଚାରୀ କରୁଛନ୍ତି ଏପଟସେପଟ

କରୋନା ସଂକ୍ରମଣର ମୁକାବିଲା ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ କିଛି ଅସାଧୁ କର୍ମଚାରୀ କଳାବଜାରୀରେ ଲିପ୍ତ ରହିବ ଯୋଗୁ ଜଣ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ବୁର୍ଲା ସ୍ତିତ କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତ ବୟସ୍କ ରୋଗୀଙ୍କ ବସ୍ତ୍ର ୭ଦିନ ଧରି ବଦଳା ନ ଯିବା ଓ ସେଥିରେ ମଳତ୍ୟାଗ ଭଳି ଘଟଣା ଏବଂ କେତେକ କୋଭିଡ ଡାକ୍ତରଖାନାରେ ଠିକ ଭାବରେ ଖାଦ୍ୟ ନ ଦେବା ଓ ଯତ୍ନ ନ ନେବା ଭଳି ଘଟଣା ଘଟିଥିବା ବେଳେ ଏବେ ଭଦ୍ରକ ବାସୁଦେବପୁର ଡାକ୍ତରଖାନାରେ କରୋନା ପରୀକ୍ଷାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଭଳି ଘଟଣା ସାମ୍ନାକୁ ଆସିଛି।

- Advertisement -

ରାତି ୪ଟାରୁ କରୋନା ନମୁନା ପରୀକ୍ଷା ପାଇଁ କାହିଁ କେତେ ଦୂରରୁ ଆସିଥିବା ଲୋକମାନେ ଧାଡିରେ ଛିଡା ହୋଇଥିବା ବେଳେ, ସେମାନଙ୍କୁ ତାଲିକାଭୁକ୍ତ ନ କରି ଅନ୍ୟମାନଙ୍କୁ ପରୀକ୍ଷା ପାଇଁ ତାଲିକା କରିବାରୁ ଉତ୍ତେଜନା ଦେଖା ଦେଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆଇନଶୃଙ୍ଖଳା ପାଇଁ ନିୟୋଜିତ ପୁଲିସ ଅଧିକାରୀ ଘଟଣାକୁ ଗୁରୁତ୍ୱ ଦେବା ବଦଳରେ ମୋବାଇଲରେ ବ୍ୟସ୍ତ ରହିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ତେବେ ରାତି ୪ଟାରୁ ଧାଡିରେ ଅପେକ୍ଷାରତ ଲୋକଙ୍କ ବଦଳରେ ଅନ୍ୟମାନଙ୍କ କାହିଁକି ତାଲିକା ହେଉଛି ବୋଲି ପ୍ରଶ୍ନ ହେବାରୁ ଏ ନେଇ ସାର କହିଛନ୍ତି ବୋଲି ଉତ୍ତର ମିଳିଛି କିନ୍ତୁ ସେ ସାର ଜଣଙ୍କ କିଏ ଓ ସେ କାହିଁକି ସରକାରୀ ବ୍ୟବସ୍ତା ବିରୁଦ୍ଧ କାର୍ଯ୍ୟ କରୁଛନ୍ତି, ତାହା ଜଣାପଡିନାହିଁ। ଶେଷରେ ଜଣେ ମେଡିକାଲ କର୍ମଚାରୀ ମୋବାଇଲ ଛଡେଇନେବାକୁ ଉଦ୍ୟମ କରିଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories