www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ସ୍ପୁଟନିକ ଭି ଟିକା, ଆସନ୍ତା ସପ୍ତାହରୁ ବଜାରରେ ହେବ ଉପଲବ୍ଧ

ଦେଶରେ ଏବେ ମାତ୍ର ୨ଟି ଟିକାକୁ ଟିକାକରଣ ଅଭିଯାନରେ ବ୍ୟବହାର କରାଯାଉଛି। ଖୁବଶୀଘ୍ର ଆଉ ଏକ ଟିକା ସ୍ପୁଟନିକ ଭି ଏଥିରେ ସାମିଲ ହେବ। ପୂର୍ବରୁ ଗୋଟିଏ ପର୍ଯ୍ୟାୟରେ ଦେଢ଼ ଲକ୍ଷ ପାନ ସ୍ପୁଟନିକ ଭି ଟିକା ରୁଷରୁ ଭାରତ ଆସିଥିବାବେଳେ ରବିବାର ୨ୟ ପର୍ଯ୍ୟୟ ଟିକା ଆସି ପହଞ୍ଚିଛି। ଏହି ଟିକା ହାଇଦ୍ରାବାଦସ୍ଥିତ ଡା. ରେଡ୍ଡୀ ଲାବ୍‌ରେ ପହଞ୍ଚିଛି। ଆସନ୍ତା ସପ୍ତାହରୁ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

ରବିବାର ସ୍ପୁଟନିକ ଭି ଟିକା ଭାରତରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରଦୂତ ଏନ. କୁଦାଶେଭ ଏହି ଟିକାକୁ ରୁଷୀୟ-ଭାରତୀୟ ଟିକାରେ ନାମିତ କରିଛନ୍ତି। ସେ କହିଛନ୍ତି, ରୁଷ ଟିକା ସ୍ପୁଟନିକ ଭିର ପ୍ରଭାବ ପୂରା ଦୁନିଆରେ ଚର୍ଚ୍ଚାରେ ରହିଛି। ଏହି ଟିକା କରୋନା ବିରୋଧରେ କେବେ ପ୍ରଭାବଶାଳୀ ତାହା ସମସ୍ତେ ଭଲ ଭାବେ ଜାଣନ୍ତି।

- Advertisement -

ରୁଷ ରାଷ୍ଟ୍ରଦୂତ ଦୁଦାଶେଭ କହିଛନ୍ତି ଯେ, ଗୋଟିଏ ପାନ ଦିଆଯାଉଥିବା ଟିକା ସ୍ପୁଟନିକ ଲାଇଟ୍‌ର ଭାରତରେ ଉତ୍ପାଦନ ଉପରେ ବି ଗୁରୁତ୍ଵ ଦିଆଯିବ। ରୁଷ ବିଶେଷଜ୍ଞମାନେ ଏହି ଟିକାକୁ କରୋନର ନୂଆ ଷ୍ଟ୍ରେନ ବିରୋଧରେ ଅଧିକ ପ୍ରଭାବଶାଳୀ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories