www.samajalive.in
Monday, December 8, 2025
27.1 C
Bhubaneswar

ଲୁହାଗୁଡି ସଙ୍ଗରୋଧ ଗୃହରୁ ୨ ତେଲେଙ୍ଗାନା ଫେରନ୍ତା ଫେରାର 

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ନିକଟ ଆଦିବାସୀ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୨ ତେଲେଙ୍ଗାନା ଫେରନ୍ତା ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରରୁ ବାରମ୍ଵାର ପ୍ରବାସୀ ପାଚେରୀ ଡେଇଁ ଯାଉଥିବା ପଛର କାରଣ ଜଣ ଜଣାପଡୁନି । ସେମାନଙ୍କୁ ଖାଦ୍ୟରେ ଅବହେଳା ନା ସରକାରୀ ଯୋଗାଉଥିବା ସୁବିଧା ସେମାନଙ୍କ ନିକଟରେ ପହଞ୍ଚିପାରୁନି । ଯାହାରି ଫଳରେ ଗତ ୧୧ ତାରିଖରେ ଅଡବା ଥାନା ଅନ୍ତର୍ଗତ ଘାସପଦା ଗ୍ରାମର ଆନ୍ଧ୍ର ଫେରନ୍ତା ପ୍ରବାସୀ ଓଡ଼ିଆ ପାଚେରୀ ଡେଇଁ ଚାଲିଯାଇଥିଲେ।ପରେ ସେ ନିଜେ ଅଡ୍‌ବା ଥାନାରେ ଆତ୍ମସମର୍ପଣ କରିଥିଲେ।। ଏହି ଘଟଣା ଘଟିବାର ଦୁଇଦିନ ନ ବିତୁଣୁ ପୁଣି ୨ଜଣ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡ଼ିଆ ଉକ୍ତ ସଂଘରୋଧ ଗୃହର ପାଚେରୀ ଡେଇଁ ଶନିବାର ମଧ୍ୟାହ୍ନ ୧୨ଟାରେ କେଉଁଆଡ଼େ ଚାଲିଯାଇଛନ୍ତି।

 

ନୋଡାଲ ଅଫିସର ଦୟାନିଧି ନାୟକ କହିବା ପ୍ରକାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଉକ୍ତ ସ୍ଥାନ ପରିଦର୍ଶନ କରି ଯିବା ପରେ ମେଡିକାଲ ଟିମ ପହଞ୍ଚି କରୋନା ପଜିଟିଭ ଆକ୍ରାନ୍ତଙ୍କ ନାମ ଘୋଷଣା କରୁଥିବା ବେଳେ ମୋହନା ବ୍ଳକ ବଡ଼ସିଦ୍ଧବା ପଞ୍ଚାୟତ ଅନ୍ତର୍ଗତ ବାଦପୁର ଗ୍ରାମର ମିଟୁ ନାୟକ ଓ ଖଣି ପଞ୍ଚାୟତ ଅନ୍ତର୍ଗତ ରେକେମେରା ଗ୍ରାମର କୁନା ମଲ୍ଲିକ ସଙ୍ଗରୋଧ ଗୃହର ପଛପଟ ପାଛେରୀ ଡେଇଁ ଫେରାର ହୋଇ ଯାଇଛନ୍ତି । ଏନେଇ ମୋହନା ଥାନାରେ ନୋଡାଲ ଅଫିସର ଦୟାନିଧି ନାୟକ ଲିଖିତ ଅଭିଯୋଗ କରିଛନ୍ତି। ମୋହନା ଥାନା ପକ୍ଷରୁ ଏକ ନିଖୋଜ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବାପାଇଁ ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ପି. ସ୍ଵରବ କିଷାନ ପହଞ୍ଚି ତଦନ୍ତ କରୁଛନ୍ତି। ନିଖୋଜ ଯୁବକଙ୍କ ଗ୍ରାମରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି। ପ୍ରକାଶ ଆଉ କି ବିଗତ ବର୍ଷ କରୋନା କାଳରେ ପ୍ରବାସୀମାନଙ୍କ ପାଇଁ ରୋଷୋଇ କରି ଶହ ଶହ ଖାଦ୍ୟ ପୁଡ଼ିଆ କମଳାପୁର ନାକା ଗେଟ ନିକଟରେ ଥିବା କଲଭର୍ଟ ତଳେ ଫିଙ୍ଗାଯାଇଥିଲା। ଏହି ଖବର ବାରମ୍ଵାର ଗଣମାଧ୍ଯମ ପ୍ରତିନିଧି ପିଇଓଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା। ଯାହାଫଳରେ ଖବରକାଗଜରେ ପ୍ରକାଶନ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଖାଦ୍ୟ ପୁଡ଼ିଆକୁ ସେଠାରୁ ସ୍ଥାନାନ୍ତର କରି ଜଙ୍ଗଲରେ ପୋତିଥିଲେ । ଏଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories