www.samajalive.in
Thursday, December 11, 2025
23.1 C
Bhubaneswar

୧୬ ପତ୍ନୀ, ୧୫୧ ପିଲା – ପୁଣି ବିବାହ କରିବେ ଜିମ୍ବାୱେର ୬୬ ବର୍ଷୀୟ ଅବସରପ୍ରାପ୍ତ ସୈନିକ

ହୁଏତ ଶୁଣିବାକୁ ଅଜବ ଲାଗିପାରେ ଏବଂ ଆଜିର ସମାଜରେ ବିଶ୍ୱାସ କରିବା ମଧ୍ୟ ଆହୁରି କଷ୍ଟକର, କିନ୍ତୁ ଏକଥା ସତ ଯେ ୧୬ ଜଣ ପତ୍ନୀ ଏବଂ ୧୫୧ ସନ୍ତାନ ଥିବା ବ୍ୟକ୍ତି ଜଣକ ଖୁବ ଶୀଘ୍ର ୧୭ତମ ଝିଅକୁ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସେ ହେଉଛନ୍ତି ଜିମ୍ବାୱେର ୬୬ ବର୍ଷ ବୟସ୍କ ଅବସରପ୍ରାପ୍ତ ସୈନିକ ମିଶେକ୍ ନ୍ୟାଣ୍ଡୋରୋ। ଏବେ ତାଙ୍କ ବହୁବିବାହର କାହାଣୀ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ସେ କୌଣସି କାମ କରନ୍ତି ନାହିଁ ଏବଂ ତାଙ୍କର ଏକମାତ୍ର କାମ ହେଉଛି ପତ୍ନୀମାନଙ୍କ ଇଛା ପୂରଣ କରିବା ଯେଉଁମାନେ ରୋଷେଇ କରନ୍ତି, ସଫା କରନ୍ତି ଏବଂ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ସେ ଏବେ ନିଜର ୧୭ତମ ଝିଅକୁ ବିବାହ କରିବାକୁ ଯୋଜନା କରିଛନ୍ତି ଏବଂ ମୃତ୍ୟୁ ପୂର୍ବରୁ ସେ ୧୦୦ ପତ୍ନୀଙ୍କ ସ୍ୱାମୀ ଏବଂ ୧ ହଜାର ସନ୍ତାନର ପିତା ହେବାକୁ ଆଶା ରଖିଛନ୍ତି।

- Advertisement -

ସେ କହିଛନ୍ତି ଯେ ସେ ୩୮ ବର୍ଷ ପୂର୍ବେ ବହୁବିବାହ ବିଷୟରେ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଜୀବନର ମିଶନ ଭାବେ ଗ୍ରହଣ କରିଥିଲେ। ସେ ଜିମ୍ବାୱେ ନ୍ୟୁଜ୍ ଆଉଟଲେଟ୍ ‘ଦ ହେରାଲ୍ଡ’କୁ କହିଛନ୍ତି: ‘ମୁଁ ଯାହା କରୁଛି ତାହା ମୋର ମିଶନ। ୧୯୮୩ରେ ସେ ଆରମ୍ଭ କରିଥିବା ବହୁବିବାହ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ତାଙ୍କ ୧୬ ଜଣ ପତ୍ନୀ ବିଭିନ୍ନ ବୟସର ଅଟନ୍ତି ଓ ଆଗାମୀ ଦିନରେ କାମ ବୟସର ମହିଳାଙ୍କୁ ବିବାହ କରିବେ। ଏତେ ବଡ ପରିବାର ଥିବା ସତ୍ୱେ ତାଙ୍କର ସମସ୍ତ ପତ୍ନୀ ଅତ୍ୟନ୍ତ ଖୁସି ଥିବାଏବଂ ଏବେ ଏବେ ଦୁଇଜଣ ପତ୍ନୀ ଗର୍ଭବତୀ ଥିବା ସେ କହିଛନ୍ତି। ସେ ତାଙ୍କ ପୁଅମାନଙ୍କଠାରୁ କ୍ରମାଗତ ଭାବରେ ଉପହାର ଏବଂ ଟଙ୍କା ଗ୍ରହଣ କରନ୍ତି। ତାଙ୍କ ପତ୍ନୀମାନେ ପ୍ରତିଦିନ ତାଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତି ଓ ଖାଦ୍ୟ ସ୍ୱାଦିଷ୍ଟ ନ ହେଲେ ସେ ତାହା ଫୋପାଡ଼ି ଦିଅନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories