www.samajalive.in
Monday, December 8, 2025
20.1 C
Bhubaneswar

ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ଗ୍ରାହକ ଯୋଗକରିଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧% ରୁ ଉଦ୍ଧ୍ୱର୍ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ଏୟାରଟେଲ ଉକ୍ତ ମାସରେ ୬୬,୯୦୮ ଗ୍ରାହକ ଯୋଗକରିଛି। ଏହି ମାସରେ ରାଜ୍ୟରେ ଭୋଡାଫୋନ ଆଇଡିଆ ୬୪,୯୦୪ ଏବଂ ବିଏସଏନଏଲ୍ ୩୫,୮୮୪ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଏଥି ସହିତ ରିଲାଏନ୍ସ ଜିଓ ସମଗ୍ର ଓଡ଼ିଶାରେ ବିଭିନ୍ନ ପ୍ରମୁଖ ସହର ଓ ନଗରଗୁଡିକରୁ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ଦ୍ରୁତ ସଂପ୍ରସାରଣ କରୁଛି ଏବଂ ରାଜ୍ୟର ୨୬ ରୁ ଉଦ୍ଧ୍ୱର୍ ପ୍ରମୁଖ ସହର ଓ ନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସେବା ଉପଲବ୍ଧ କରାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories