www.samajalive.in
Monday, December 8, 2025
20.1 C
Bhubaneswar

ସେଣ୍ଟ୍ରାଲ ଭିଷ୍ଟା ର୍ନିମାଣ ସ୍ଥଳରେ ଲାଗିଲା ‘ଫଟୋ ଉତ୍ତୋଳନ ମନା’ ଫଳକ

ନୂଆଦିଲ୍ଲୀ: ଏଠାରେ ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ବୋଲି ଫଳକ ଲଗାଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପକୁ ଦେଶବ୍ୟାପୀ ସମାଲୋଚନା କରାଯାଉଥିବାବେଳେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଇଣ୍ଡିଆ ଗେଟ୍‍ ନିକଟରେ ଏହାର ନିର୍ମାଣ ସ୍ଥଳରେ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡିଂକୁ ବାରଣ କରିଛି। ସେଠାରେ ସୂଚିତ ଫଳକ ଲଗାଯାଇ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଦେଶରେ କୋଭିଡ ମହାମାରୀର ଭୟାବହତା ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଷୟକୁ ବିରୋଧୀ ଦଳଗୁଡିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପ୍ରକଳ୍ପରେ ନୂଆ ସଂସଦ ଭବନ, କେନ୍ଦ୍ରୀୟ ସଚିବାଳୟ, ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍‍ ପର୍ଯ୍ୟନ୍ତ ୩ କିଲୋମିର ଦୀର୍ଘ ରାଜପଥର ବ୍ୟାପକ ଆଧୁନିକୀକରଣ, ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ଏବଂ କାର୍ଯ୍ୟାଳୟ, ଉପରାଷ୍ଟ୍ରପତିଙ୍କ ପାଇଁ ନୂଆ ବାସଭବନ ଆଦି ରହିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories