www.samajalive.in
Monday, December 8, 2025
27.1 C
Bhubaneswar

ସମାଜ ମଙ୍ଗଳ ହୁଣ୍ଡି ଅର୍ଥକୁ କର୍କଟ ପୀଡ଼ିତଙ୍କୁ ଦାନ

ଚୌଦ୍ୱାର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିଗାଲ ଏଡ଼ ୱାର୍କର୍ସ (ଲ) ସଂଗଠନ ତରଫରୁ ଚୌଦ୍ୱାର ସାରାଞ୍ଚଳରେ ସ୍ଥାପିତ ସମାଜ ମଙ୍ଗଳ ହୁଣ୍ଡିକୁ ସୋମବାର ଦିନ ଭଙ୍ଗା ଯାଇଥିଲା। ଏଥିରୁ ମିଳିଥିବା ଜନ ସାଧାରଣଙ୍କଦ୍ୱାରା ପ୍ରଦତ୍ତ ୮ହଜାର ଏକ ଶହ ଟଙ୍କାର ଅର୍ଥରାଶିକୁ ପୌରପାଳିକା ୧୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ଗଉଡ଼ ସାହିର କର୍କଟ ରୋଗ ପୀଡ଼ିତ ଶିବ ପ୍ରସାଦ ସାହୁଙ୍କୁ ପ୍ରଦାନ କରାଯାଇଥିଲା।ସୂଚନାଯୋଗ୍ୟ ଯେ ଶିବ ଯକୃତ କର୍କଟରେ ଦୀର୍ଘଦିନ ହେଲା ପୀଡ଼ିତ ହୋଇ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି।

ଗରିବ ଶିବଙ୍କ ପରିବାର ଅର୍ଥଭାବ ହେତୁ ତାଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ଅକ୍ଷମ ହୋଇଥିବାରୁ ତାଙ୍କୁ ଲ ସଂଗଠନ ତରଫରୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆ ଯାଇଥିବା ସଂଗଠନର ସଭାପତି ସୁଶାନ୍ତ କୁମାର ନାୟକ ପ୍ରକାଶ କରି ଆଗାମୀ ଦିନରେ ଏହି ହୁଣ୍ଡିଲବ୍ଧ ଧନରାଶିକୁ ଗରିବ ରୋଗୀ ମାନଙ୍କ ଚିକିତ୍ସା ପାଇଁ ପ୍ରଦାନ ପ୍ରକ୍ରିୟା ଜାରୀ ରହିବ ବୋଲି ସୂଚନା ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories