www.samajalive.in
Monday, December 8, 2025
20.1 C
Bhubaneswar

ନବରଙ୍ଗପୁରରେ ୪୦ ସାମ୍ବାଦିକ ନେଲେ ଟିକା

ନବରଙ୍ଗପୁର: ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଓ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୁଲ୍ୟରେ ସଂସ୍କୃତି ଭବନଠାରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ଟିକାଦାନ କେନ୍ଦ୍ରରେ ଉପଜିଲାପାଳ ଭାସ୍କର ରଇତ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଚୈାଧୂରୀ ଶୋଭାରାଣୀ ମିଶ୍ର, ଅତିିରିକ୍ତ ଚିକିତ୍ସା ଅଧିକାରୀ ଡଃ.ଆର. ବିଜୟକୁମାର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ପ୍ରମୂଖ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ଟିକାଦାନ କରାଯାଇଥିଲା। ଏଥିରେ ଜିଲା ସଦର ମହକୁମାରେ କାର୍ଯ୍ୟରତ ୪୦ଜଣ ସାମ୍ବାଦିକ ଟିକା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories