www.samajalive.in
Monday, December 8, 2025
20.1 C
Bhubaneswar

ବୁର୍ଲା କୋଭିଡ୍‌ ଡାକ୍ତରଖାନରେ ପୁଣି ୯ ଚିକିତ୍ସାଧୀନଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲା ଭିମସାର କୋଭିଡ୍‌ ଡାକ୍ତରଖାନାରେ ପୁଣି ଶନିବାର ୯ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ଦୁଇଜଣ ୪୮ ବର୍ଷୀୟ ପୁରୁଷ ଏବଂ ୭୮ ବର୍ଷୀୟ ବୃଦ୍ଧ, ବରଗଡ଼ ଜିଲାର ଦୁଇଜଣ ୫୬ ବର୍ଷୀୟ ପୁରୁଷ ଏବଂ ୪୬ ବର୍ଷୀୟ ପୁରୁଷ, ବଲାଙ୍ଗିର ଜିଲାର ଦୁଇଜଣ ୫୨ ବର୍ଷୀୟ ପୁରୁଷ ଏବଂ ୩୨ ବର୍ଷୀୟ ଯୁବକ, ଦେବଗଡ଼ ଜିଲାର ୩୨ ବର୍ଷୀୟ ଯୁବକ, ଝାରସୁଗୁଡ଼ା ଜିଲାର ୪୫ ବର୍ଷୀୟ ପୁରୁଷ ଏବଂ କଳାହାଣ୍ଡି ଜିଲାର ୫୦ ବର୍ଷୀୟ ପୁରୁଷ ରହିଛନ୍ତି। ଗତ ଆଠଦିନ ମଧ୍ୟରେ ସମୁଦାୟ ୭୭ଟି ମୁଣ୍ଡ ନେଲାଣି କରୋନା।

ଗୁରୁତରଙ୍କୁ ସଠିକ ସମୟରେ ଜୀବନ ରକ୍ଷକ (ଭେଣ୍ଟିଲେଟର)ଯୁକ୍ତ ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଏବଂ ଅମ୍ଳଜାନ ଉପଲବ୍ଧ ହୋଇ ନ ପାରିବା ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ବୁର୍ଲା କୋଭିଡ ଡାକ୍ତରଖାନା(୧)ରେ ୨୩୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେପଟେ ଭିମସାରର ଦ୍ୱିତୀୟ କୋଭିଡ ଡାକ୍ତରଖାନାରେ ସମୁଦାୟ ୪୨ରୁ ଊର୍ଦ୍ଧ୍ବ ରୋଗୀ ଥିବାବେଳେ କେତେକ ରୋଗୀଙ୍କୁ ସଠିକ୍‌ ସମୟରେ ଔଷଧ ଦିଆ ଯାଇ ନଥିବା ଅଭିଯୋଗ ହୋଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories