www.samajalive.in
Monday, December 8, 2025
20.1 C
Bhubaneswar

ଛୁଟିରେ ଯିବେ ୩୦୦ରୁ ଅଧିକ ବନ୍ଦୀ

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ର ହେବା ପରେ ଦେଶର କାରାଗାରଗୁଡ଼ିକରେ ଥିବା ବନ୍ଦୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସଂଖ୍ୟା ହ୍ରାସ କରିବା ଏବଂ ବିକେନ୍ଦ୍ରୀକରଣ ଯୋଜନାରେ ଅନ୍ୟ ଖାଲିଥିବା କାରାଗାରକୁ ସ୍ଥାନାନ୍ତର କରିବା ଓ କାରାଗାରରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନ ଲାଗି ଛୁଟିରେ ଛାଡ଼ିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦେଶ ପରେ ଅଳ୍ପ କିଛିଦିନ ପରେ ରାଜ୍ୟର ୮୬ କାରାଗାରରେ ସଜା କାଟୁଥିବା ବନ୍ଦୀଙ୍କ ମଧ୍ୟରୁ ୩୦୦ରୁ ଅଧିକ ବନ୍ଦୀଙ୍କୁ ଛୁଟିରେ ଛଡ଼ାଯିବ ବୋଲି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଗତବର୍ଷ କରୋନା ସଂକ୍ରମଣ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଏକ ନିର୍ଦେଶ ଦେଇଥିଲେ। କାରାଗାରଗୁଡ଼ିକର ବୋଝକୁ ହାଲୁକା କରିବା ଲାଗି ବିଚାରାଧୀନ କଏଦୀଙ୍କୁ ଅନ୍ୟ କାରାଗାରକୁ ସ୍ଥାନାନ୍ତର ଏବଂ ସଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନ ପାଇଁ ଛୁଟିରେ ଛଡ଼ାଯାଇଥିଲା। ଏଥର ମଧ୍ୟ ସେହିଭଳି ବନ୍ଦୀଙ୍କୁ ଖୁବ୍‍ଶୀଘ୍ର ଛଡ଼ାଯିବ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଚ୍ଚନ୍ୟାୟାଳୟର ବିଚାରପତି, ଗୃହବିଭାଗ ଓ କାରାଗାର ମହାନିର୍ଦେଶକଙ୍କୁ ନେଇ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏନେଇ ତୁରନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି। ସେହିପରି ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ୭ ବର୍ଷରୁ କମ ଦଣ୍ଡାଦେଶ ଥିବା ଅପରାଧରେ ଅଭିଯୁକ୍ତଙ୍କୁ ଅଦାଲତରେ ଜାମିନ୍‍ ଦେବା ଏବଂ ଯେଉଁମାନେ ଦୀର୍ଘ ଦିନ ହେବ କାରାଗାରରେ ରହିସାରିଲେଣି ସେମାନଙ୍କୁ ମଧ୍ୟ ତୁରନ୍ତ ଜାମିନ୍‍ରେ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଗତଥର ଭଳି ବିଚାରାଧୀନ ବନ୍ଦୀମାନଙ୍କୁ ଜାମିନ୍‍ରେ ଯିବା ଲାଗି ଆବେଦନ କରିବାକୁ କୁହାଯାଇଥିଲା। ଜାମିନ୍‍ ଆବେଦନକୁ ତୁରନ୍ତ ଶୁଣାଣି କରି ସେମାନଙ୍କୁ କାରାଗାରରୁ ମୁକୁଳାଇ ଦିଆଯାଇଥିଲା। ସେହିପରି କାରାଗାରର ବୋଝ ନ ବଢ଼ାଇବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଚନ୍ୟାୟାଳୟକୁ ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଗତବର୍ଷ ଛୁଟିରେ ଯାଇଥିବା ବନ୍ଦୀଙ୍କ ମଧ୍ୟରୁ ଦେଶରେ ୯୦ ପ୍ରତିଶତ କାରାଗାରକୁ ଫେରିଥିଲେ। ରାଜ୍ୟରେ ଶତପ୍ରତିଶତ ବନ୍ଦୀ କାରାଗାରକୁ ଫେରି ଆସିଥିଲେ। ସାରାଦେଶରେ ୪ ଲକ୍ଷରୁ ଅଧିକ ବନ୍ଦୀ କାରାଗାରରେ ଥିବା ବେଳେ ୨୦୨୦ରେ ରାଜ୍ୟର ୮୬ଟି କାରାଗାରରେ ୧୮୮୮୧ ବନ୍ଦୀ ଥିଲେ। କାରାଗାରଗୁଡ଼ିକର କ୍ଷମତା ଏହାଠାରୁ ଅଧିକ ବୋଲି ଜଣାପଡିଛି।

- Advertisement -

ଗତମାସରେ କାରାଗାରରୁ ଦୁର୍ଦାନ୍ତ ଅପରାଧୀ ସେକ୍‍ ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଖସିଯିବା ପରେ କାରାଗାର ଦୁର୍ଦାନ୍ତ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ବିଭାଗ ଅଧିକ ଯତ୍ନଶୀଳ ହୋଇପଡ଼ିଛି। କଏଦୀ ସ୍ଥାନାନ୍ତର ପ୍ରକ୍ରିୟାରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରୁ ରିକି ଓରଫ୍‍ ସଂଗ୍ରାମ ପାତ୍ର ନାମକ ଜଣେ ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁର୍ଦାନ୍ତ ଅପରାଧୀକୁ ଢେଙ୍କାନାଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଗତ କିଛିଦିନ ତଳେ ଟିଟୋକୁ ବ୍ରହ୍ମପୁର କାରାଗାରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେହିପରି ବିକ୍ରମ ମଲ୍ଲିିକକୁ ସମ୍ବଲପୁର କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories