www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁର କୋଭିଡ ମେଡିକାଲରେ ପହଁଚିଲେ ଡାକ୍ତରୀ ଦଳ

ନବରଙ୍ଗପୁର: ଜିଲ୍ଲା କୋଭିଡ ଡାକ୍ତରଖାନାର ବିଭିନ୍ନ ସମସ୍ୟାରେ ସୁଧାର ଆଣିବା ପାଇଁ ଗତ ୫ ତାରିଖ ଦିନ ଜିଲ୍ଲା ସାମ୍ବାଦିକ ସଂଘ (ଓୟୁଜେ ) ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ୫ ଦଫା ଦାବି ପତ୍ର ପ୍ରେରଣ କରାଯାଇଥିଲା।ଦାବି ଗୁଡିକ ମଧ୍ୟରୁ ମୁଖ୍ୟତଃ କୋଭିଡ ଡାକ୍ତର ଖାନାରେ ଆଇସିୟୁ ବ୍ୟବସ୍ତା ସହ ଭେଣ୍ଟିଲେଟର ସୁବିଧା ଗୁରୁତର ରୋଗୀଙ୍କୁ ପ୍ରଦାନ କରିବା ପାଇଁ ଉଲ୍ଲେଖ ଥିଲା। ଅନ୍ୟ ଦାବିଗୁଡିକ ମଧ୍ୟରୁ କୋଭିଡ ଡାକ୍ତରଖାନାରେ ଅଧିକ ସଂଖ୍ୟକ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଯୁଦ୍ଧ କାଳୀନ ଭିତ୍ତରେ ନିଯୁକ୍ତି ଦେବା।

ଏଇ ୫ ଦଫା ଦାବିକୁ ଗୁରୁତ୍ୱ ଦେଇ ଆଜି ଜିଲ୍ଲା ସଦର ମହକୁମାରେ ଏକ ୧୦ ଜଣିଆ ଡାକ୍ତରୀ ଦଳ କେବଳ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ଯୋଗ ଦେଇଛନ୍ତି ଏବଂ ଆସନ୍ତା ବୁଧବାର ଦିନ ଭିତରେ ଏକ ଆଇସିୟୁ ସହ ଗୁରୁତର ରୋଗୀ ଭେଣ୍ଟିଲେଟର ଚିକିତ୍ସାର ସୁବିଧା ପାଇବେ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭାସ୍କର ରଈତ। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଆଶ୍ୱସ୍ତ ଅନୁଭବ କରିଛନ୍ତି। ଜିଲ୍ଲା ସାମ୍ବାଦିକ ସଂଘର ଦାବିକୁ ଗ୍ରହଣ କରି ଜିଲ୍ଲାବାସୀଙ୍କ ସ୍ୱାସ୍ତ୍ୟ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବାରୁ ଜିଲ୍କାପାଳ ଡଃ ଅଜିତ କୁମାର ମିଶ୍ର, ଜିଲ୍କା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶୋଭାରଣୀ ମିଶ୍ରଙ୍କୁ ସଂଘ ସଭାପତି ସୁଶାନ୍ତ ବେହେରା ଏବଂ ଅନ୍ୟକର୍ମକର୍ତାମାନେ ଧନ୍ୟବାଦ ଜଣାଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories