ନୂଆଦିଲ୍ଲୀ : କୋଭିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟରେ ୧୭ଟି ରେଳ ଷ୍ଟେସନରେ ଆଇସୋଲେସନ୍ କୋଚ ପ୍ରତିଷ୍ଠା କରାଯାଇଛି। ରେଳ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସୁଦ୍ଧା ରେଳବାଇ ବିଭିନ୍ନ ରାଜ୍ୟକୁ ୨୯୮ଟି କୋଚ୍ ଦେଇସାରିଛି। ସେଗୁଡ଼ିକରେ ୪ହଜାର ୭୦୦ ଶଯ୍ୟା ରହିଛି।
ରେଳବାଇ ପ୍ରତ୍ୟେକ କୋଚରେ ୨ଟି ଲେକାଏଁ ଅକ୍ସିଜେନ୍ ସିଲିଣ୍ଡର ଓ ନିଆଁ ଲିଭା ଯନ୍ତ୍ରମାନ ରଖିଛି। କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ସେଗୁଡ଼ିକର ବ୍ୟବହାର କରାଯାଇ ପାରିବ। ରେଳବାଇ ଦିଲ୍ଲୀରେ ୭୫ଟି କୋଭିଡ୍ କେୟାର୍ କୋଚ୍ ମୁତୟନ କରିଥିବା ବେଳେ ମହାରାଷ୍ଟ୍ରରେ ୬୦ଟି, ଉତ୍ତରପ୍ରଦେଶରେ ୫୦ଟି, ମଧ୍ୟପ୍ରଦେଶରେ ୪୨ଟି, ଆସାମର ଗୌହାଟୀରେ ୨୦ଟି ଓ ସିଲଚର୍ ନିକଟସ୍ଥ ବଦରପୁରରେ ୨୦ଟି ଆଇସୋଲେସନ୍ କୋଚ୍ ମୁତୟନ କରିଛି।



