www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା କଟକଣା ; ରାଜସ୍ଥାନରେ ମେ’ ୧୦ରୁ ୨୪ ସମ୍ପୂର୍ଣ୍ଣ ଲକଡ଼ାଉନ

ରାଜସ୍ଥାନ : ରାଜସ୍ଥାନ ସରକାର କରୋନାର ଦ୍ରୁତ ଗତି ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ମେ’ ୧୦ ତାରିଖରୁ ସକାଳ ୫ଟାରୁ ଆରମ୍ଭ କରି ୨୪ ମେ’ ସକାଳ ୫ଟା ଯାଏଁ କଟକଣାକୁ କଡାକଡି କରିଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ୨୪ ମେ’ ଯାଏଁ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁକିଛି ବନ୍ଦ ରହିବ।
ଏଭଳି ପରିସ୍ଥିତିରେ ବିବାହ ସମାରୋହ ୩୧ ମେ’ ପରେ ହିଁ ଆୟୋଜନ କରାଯିବ। ଏହାସହ ସମସ୍ତ ଧାର୍ମିକସ୍ଥଳ ମଧ୍ୟ ବନ୍ଦ ରହିବ। ବିବାହ ସମାରୋହ କେବଳ ଘରେ କିମ୍ବା କୋର୍ଟରେ କରିବାକୁ ଅନୁମତି ମିଳିବା ସହ ଏଥିରେ କେବଳ ୧୧ ଜଣ ହିଁ ଉପସ୍ଥିତ ରହିବେ। ପୂର୍ବରୁ ଏହା ନେଇ ସୂଚନା ମଧ୍ୟ ଦେବେ ଓ ଅନୁମତି ଆଣିବେ। କୌଣସି ପ୍ରକାର ବାଜା, ଖାଦ୍ୟର ଆୟୋଜନ କରିପାରିବେ ନାହିଁ। ଘରକୁ ମଧ୍ୟ ବାଜା , ଖାଦ୍ୟ ପ୍ରସ୍ତୁତ ପାଇଁ ବାହାର ଲୋକଙ୍କୁ ଅନୁମତି ମିଳିବ ନାହିଁ।
ଚିକିତ୍ସା ସେବା, ଚିକିତ୍ସକଙ୍କ ବ୍ୟତୀତ, ଅନ୍ୟ ସମସ୍ତ ପରିବହନ ବନ୍ଦ ରହିବ। ଅଟୋ, ରିକ୍ସା, ଟ୍ରାକ୍ଟର , ଜିପ ଆଦିକୁ ମଧ୍ୟ ଅନୁମତି ମିଳିବ ନାହିଁ।
ମନ୍ତ୍ରୀମଣ୍ଡଳଙ୍କ ନିୟମ ଅନୁଯାୟୀ, ଆନ୍ତଃ ରାଜ୍ୟ ମଧ୍ୟରେ ଓ ବାହାରେ ଭାରୀ ଯାନ ଯିବାରେ, ମାଲ ଉଠାଇବା, ଚଢାଇବାରେ ସଭିଁଙ୍କୁ ଅନୁମତି ନେବାକୁ ପଡିବ। ଚିିକିତ୍ସକଙ୍କ ବ୍ୟତୀତ, ଗୋଟିଏ ଜିଲାକୁ ଅନ୍ୟ ଜିଲାକୁ, ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ସହରରୁ ସହରକୁ ଯିବା ପାଇଁ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
ରାଜ୍ୟରୁ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟ ହୋଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହେବା ସହ ରିପୋର୍ଟ ନଥିଲେ ୧୫ ଦିନର ପୃଥକ ବାସ ନିତ୍ୟାନ୍ତ ଜରୁରୀ। ଏହାସହ ରାଜ୍ୟରେ ଅଧିକରୁ ଅଧିକ ଅମ୍ଳଜାନ ରଖାଯିବା ନେଇ ପ୍ରୟାସ କରାଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories