www.samajalive.in
Sunday, December 7, 2025
15.1 C
Bhubaneswar

ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଲିସ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ

କଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମିବାର ନାଁ ଧରୁନାହିଁ। ଫଳାଫଳ ଘୋଷଣା ହେବା ପରଠାରୁ ବିଜେପି କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏ ନେଇ ଟିଏମସି ବିରୋଧରେ ବିଜେପି ଅଭିଯୋଗ ଆଣୁଥିବାବେଳେ ଟିଏମସି ତାହାକୁ ଖାରଜ କରିଛି। ବର୍ତ୍ତମାନ ସୁଦ୍ଧା ହିଂସାଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଗାଡ଼ି ଉପରେ ଏହି ଆକ୍ରମଣ ହୋଇଛି, ତାହା ପୁଲି ପୁଲିସ ଉପସ୍ଥିତିରେ। ପଶ୍ଚିମ ମେଦିନାପୁରର ପଞ୍ଚକୁଡ଼ି ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିଛି ଲୋକ କେନ୍ଦ୍ରମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗୁଛନ୍ତି। ପୁଲିସ ଗାଡ଼ି ବି ନିକଟରେ ଉପସ୍ଥିତ ଅଛି। କେନ୍ଦ୍ରମନ୍ତ୍ରୀ ବି ଏହାର ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ପଶ୍ଚିମ ମେଦିନାପୁର ଗସ୍ତ ସମୟ​‌ରେ ତାଙ୍କ ଗାଡ଼ି ଉପରେ ଟିଏମସି ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ଗାଡ଼ିର କାଚ ଭାଙ୍ଗି ଦିଆଗଲା, ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମାଡ଼ ମରାଗଲା। ଫଳରେ ଅଧାରୁ ଗସ୍ତକୁ ବାତିଲ କରିବାକୁ ପଡ଼ିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories