www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନ ଆୟୋଗଙ୍କ ସମ୍ପର୍କରେ ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଅନୁଚିତ ଓ କଠୋର ଦର୍ଶାଇଲେ ସୁପ୍ରିମକୋର୍ଟ

ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ (ଇସି) ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ ଦେଇଥିଲେ। ଏପରି କି ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ ବି କୌଣସି ଭୁଲ ହେବ ନାହିଁ ବୋଲି କହିଥିଲେ। ତେବେ ମାଡ୍ରାସ ହାଇକୋର୍ଟଙ୍କ ଏହି ଟିପ୍ପଣୀକୁ ଅନୁଚିତ ଏବଂ କଠୋର ବୋଲି ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀକୁ ଚ୍ୟାଲେଞ୍ଜ କରି ଇସିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାୟର ହୋଇଥିଲା, ଯାହାର ଗୁରୁବାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଗଣମାଧ୍ୟମର ଖବର ପ୍ରସାରଣ ଉପରେ ରୋକ୍‌ ଲଗାଯାଇ ପାରିବ ନାହିଁ। ନିର୍ବାଚନ ଆୟୋଗଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ଦେଇଥିବା ଟିପ୍ପଣୀ ଅନୁଚିତ ଏବଂ କଠୋର ଥିଲା। ବିଚାରପତିମାନଙ୍କୁ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ନିଜକୁ ସଂଯମ ରଖିବା ଜରୁରୀ। କିନ୍ତୁ ଯେଉଁ ଟିପ୍ପଣୀ ଉପରେ ଇସି ଆପତ୍ତି ଉଠାଇଛନ୍ତି ତାହା ଆଦେଶର ଅଂଶ ହୋଇ ନ ଥିବାରୁ ତାହାକୁ ହଟାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

- Advertisement -

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଥିଲେ ଯେ, ଅଦାଲତ ନାଗରିକମାନଙ୍କ ସମ୍ମୁଖରେ ଠିକ୍‌ ରହିବା ଜରୁରୀ, ଏଭଳି ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଯଦି ଆମେ ନୂତନ ଗଣମାଧ୍ୟମର ଖବର ପ୍ରସାରଣକୁ ରୋକିବୁ, ତେବେ ସେଥିରୁ କିଛି ମଙ୍ଗଳ ହେବାର ନାହିଁ। ପ୍ରଯୁକ୍ତିବିଦ୍ୟା ସହାୟତାରେ ଜନସାଧାରଣଙ୍କୁ ତୁରନ୍ତ ସୂଚନା ଦିଆଯାଇପାରୁଛି। ଯାହାଦ୍ବାରା ଲୋକମାନଙ୍କ ମଧ୍ୟରେ ସାମ୍ବିଧାନିକ ଲୋକାଚାର ପ୍ରତି ଭଲ ଭାବନା ସୃଷ୍ଟି ହେଉଛି। ଦୁଇଟି ସାମ୍ବିଧାନିକ ସଂସ୍ଥା ମଧ୍ୟରେ ଅଧିକାରଗୁଡ଼ିକର ସନ୍ତୁଳନ ସେହିପରି ରହିବା ଜରୁରୀ, ଯେଉଁପରି ଗଣମାଧ୍ୟମର ସ୍ବତନ୍ତ୍ରତା ଜରୁରୀ।

ସୁପ୍ରିମକୋର୍ଟ କହିଥିଲେ, ଦୁନିଆରେ ଅନେକ ଅଦାଲତ ଅଛନ୍ତି, ଯେଉଁଠି ଶୁଣାଣିର ସିଧା ପ୍ରସାରଣ କରାଯାଇଥାଏ। ଯାହାଫଳରେ ଲୋକମାନେ ବି ଅଦାଲତଙ୍କ କାର୍ଯ୍ୟରେ ଯୋଡ଼ିହୋଇପାରିବେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories