www.samajalive.in
Monday, December 8, 2025
27.1 C
Bhubaneswar

ବିପୁଳ ପରିମାଣର ଚୋରା ମଦ ଜବତ, ଜଣେ ଅଟକ

ଚୌଦ୍ୱାର: ଲକ୍‍ଡାଉନ୍‍ ନେଇ ମଙ୍ଗଳବାର ରାତିରେ ଚୌଦ୍ୱାର ପୁଲିସ ତରଫରୁ ରାତ୍ର ପେଟ୍ରୋଲିଂକୁ ଜୋରଦାର କରାଯାଇଥିବା ବେଳେ ଚୋରା ମଦ ନେଇ ଯାଉଥିବା ଏକ ୱାଗନର ଗାଡ଼ିକୁ ପୁଲିସ ଜବତ କରିବା ସହିତ ସେଥିରେ ଥିବା ବିପୁଳ ପରିମାଣର ଚୋରା ବିଦେଶୀ ଓ ଦେଶୀ ମଦ ଜବତ କରିଛି। ମଦ ନେଇ ଯାଉଥିବା ନୂଆ ପାଟଣା ଗ୍ରାମର ଦୀପକ ଦାସକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରୀ ରହିଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ ଚୌଦ୍ୱାର ପୁଲିସ ଟିମ୍‍ ପେଟ୍ରୋଲିଂରେ ଯାଇଥିବା ବେଳେ ଏକ ଗାଡ଼ିରେ ଚୋରାମଦ ଯାଉଥିବା ଖବର ପାଇ ଉକ୍ତ ଗାଡ଼ିର ପିଛା କରିବା ସହିତ ତାକୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ୧୨୦ ବୋତଲ ବିଦଶୀ ଓ ୨୦ ଲିଟର ଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ। ଜବତ ୱାଗନରକୁ ଥାନାରେ ଅଟକ ରଖା ଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories